ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ

ମୁମ୍ବାଇ,୨୯।୧୨: ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମାରୋହ ରାଜସ୍ଥାନର ରାଜସମନ୍ତ ଜିଲାର ନାଥୱାରାଠାରେ ଅବସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଅନନ୍ତ ଏବଂ ରାଧିକା କେବେ ବିବାହ କରିବେ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ।
ଅନନ୍ତ ଏବଂ ରାଧିକା ପରସ୍ପରକୁ ବହୁତ ଦିନରୁ ଜାଣିଛନ୍ତି। ରାଧିକା ଅମ୍ବାନୀ ପରିବାରର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନଜର ଆସନ୍ତି। ଖୁବଶୀଘ୍ର ସେ ଅମ୍ବାନୀ ପରିବାରର ସାନ ବୋହୂ ହୋଇଯିବେ। ଅନନ୍ତ ଏବଂ ରାଧିକା ନିର୍ବନ୍ଧ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶକ ପାରିମଲ ନାଥୱାନି ଟୁଇଟ୍‌ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଅନନ୍ତ ଏବଂ ରାଧିକା ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି। ୨୦୧୮ରେ ଉଭୟଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାଧିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ।

 

Share