କେନ୍ଦୁଝର,୨୦।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୂର୍ବତନ ଭାଜପା ଏମ୍ପି ଅନନ୍ତ ନାୟକଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଭାବେ ନିଯୁକ୍ତି ମିଳିଛି। ଏହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ମିଳିଛି। ସେ ଏହି ପଦବୀରେ ତିନି ବର୍ଷ ରହିବେ। ସମ୍ବିଧାନରେ ଆଦିବାସୀଙ୍କ ପାଇଁ ଥିବା ଅଧିକାର, ସେମାନଙ୍କ ବିକାଶ ପାଇଁ ଥିବା ଯୋଜନାର ସଫଳ ରୂପାୟନ ପାଇଁ କାମ କରିବେ ବୋଲି ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସେ ପୂର୍ବରୁ କମିଶନର ସଭାପତି ଥିଲେ।