Posted inଜାତୀୟ

ଅନନ୍ତ-ରାଧିକାଙ୍କ ବାହାଘରରେ ରାଜାରାଜୁଡ଼ାଙ୍କ ପରି ଅତିଥିଙ୍କ ଚର୍ଚ୍ଚା କଲେ ଅମ୍ବାନୀ ପରିବାର

ମୁମ୍ବାଇ,୧୩।୭: ଏସିଆର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ସାନ ପୁଅ ଅନନ୍ତଙ୍କ ବାହାଘର ଅତ୍ୟନ୍ତ ଜାକଜମକରେ କରୁଛନ୍ତି। ଭାରତ ତଥା ବିଶ୍ୱର ଅନେକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପିଲାଦିନର ସାଙ୍ଗ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ।

ବଲିଉଡ ସମେତ ପ୍ରସିଦ୍ଧ ଅନ୍ତର୍ଜାତୀୟ ଗାୟକ ଜଷ୍ଟିନ ବିବର ଭାରତୀୟ ସିନେ ତାରକା ଶାହରୁଖ ଖାନ ଏବଂ ଐଶ୍ୱରୀୟା ରାୟ ବଚ୍ଚନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ ଜନସନ ଆଦି ଏହି ରାଜକୀୟ ବିବାହର ଶୋଭା ବଢାଇଥିଲେ। ଯାହା ଆପଣ ବିଭିନ୍ନ ସୋସିଆଲ ମିଡିଆ ପ୍ଳାର୍ଟଫର୍ମରେ ଦେଖିଥିବେ।

ଅତିଥି ତାଲିକା ପରି ଅମ୍ବାନୀ ପରିବାର ଭୋଜିର ମେନୁ ତାଲିକା ମଧ୍ୟ ରାଜକୀୟ ଥିଲା। ଏସିଆର ସର୍ବବୃହତ ଧନୀ ଅତିଥିମାନଙ୍କୁ ମହାରାଜା ବିଶ୍ୱ ଭ୍ରମଣରେ ବାହାରି ବିଭିନ୍ନ ରକମର ଖାଦ୍ୟ ଚାଖିବା ଭଳି ଅନୁଭୂତି ଦେଇଥିଲେ, ଯେଉଁଠି ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ ନଥିଲା।

ଦି କାର୍ଡିସିଆନ୍ସ ସିଷ୍ଟରଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ, WWE ସୁପରଷ୍ଟାର ଜନ୍ ସିନା, ସଚିନ ତେନ୍ଦୁଲକର ଏବଂ ଏମ.ଏସ ଧୋନୀଙ୍କ ପରି କିମ୍ବଦନ୍ତୀ କ୍ରିକେଟର ସେମାନଙ୍କ ଖାଇବା ଥାଳିରେ ପରଷା ଯାଇଥିଲା ପାରମ୍ପରିକ ଭାରତୀୟ ବ୍ୟଞ୍ଜନ ସାଙ୍ଗକୁ ବିଶ୍ୱର ବିଭିନ୍ନ ପ୍ରସିଦ୍ଧ ବ୍ୟଞ୍ଜନ।

ଅତିଥି ମାନଙ୍କ ମୁହଁ ମିଠା କରିବା ଲାଗି ଭାରତର ପାରମ୍ପରିକ ରାବିଡ଼ି ଏବଂ ଲସି ଭଳି ମିଠା ପରଷାଯାଇଥିଲା। ଯାହାକୁ ଅତିଥିମାନେ ବେଶ ପ୍ରଶଂସା କରିଥିବା କୁହାଯାଉଛି।

ତାଲିକାରେ ବହୁମୂଲ୍ୟ କ୍ରିମି କାଭିଅର ପରଷା ଯାଇଥିଲା, ଯାହା ଅମ୍ବାନୀ ପରିବାର ପାଇଁ ଆଦୌ ମହଙ୍ଗା ନୁହେଁ।

ଅମ୍ବାନୀ ଘର ବାହାଘରରେ ମିଠା ତାଲିକାରେ ସାଧାରଣ ମିଠା ବ୍ୟତୀତ ସ୍ୱତନ୍ତ୍ର ଫ୍ରୁଟ କେକ୍ ପ୍ରସ୍ତୁତ କରାଯାଇଥିଲା। ଯାହା ଉପରେ ଏପରି ଜୀବନ୍ତ ଆର୍ଟ କରାଯାଇଥିଲା, ସତସତିକା ଫଳ ଏହା ମଧ୍ୟରେ ଫରକ ଜଣା ପଡି଼ବ ନାହିଁ।

ଅମ୍ବାନୀ ପରିବାର ସେମାନଙ୍କର ହାଇ-ପ୍ରୋଫାଇଲ୍ ଅତିଥିମାନଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରିଥିଲେ। ଯେଉଁମାନେ ସମସ୍ତେ ପାରମ୍ପରିକ ଭାରତୀୟ ଲେହେଙ୍ଗା, ଶାଢ଼ୀ, ଏବଂ କୁର୍ତ୍ତା ପରିଧାନ କରିଥିଲେ ଯାହା ଆଗାମୀ ବିବାହ ଋତୁରେ ଟ୍ରେଣ୍ଡ ସେଟ କରିବ।

ବିବାହ ସ୍ଥାନକୁ ପବିତ୍ର ବାରାଣାସୀ ଥିମରେ ରୂପାନ୍ତରିତ କରାଯାଇଥିଲା ଏବଂ ଏହି ଚମତ୍କାର ପୃଷ୍ଠଭୂମିରେ ପ୍ରିୟଙ୍କା ଚୋପ୍ରାଙ୍କ ପରି ସେଲିବ୍ରିଟିଙ୍କ ଫୁଟେଜ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।

ତେବେ ଏହି ବିବାହ ପାର୍ଟି ବର୍ତ୍ତମାନ ଆରମ୍ଭ ହେଉଛି। କାରଣ ଏହି ବିବାହ ଉତ୍ସବ ପାଇଁ ଏକ ତିନି ଦିନିଆ କାର୍ଯ୍ୟକ୍ରମ ରହିଛି, ଜୁଲାଇ ୧୩ ରେ ‘ଶୁଭ ଆଶୀର୍ବାଦ’ ଏବଂ ‘ମଙ୍ଗଲ ଉତ୍କଳ’ କିମ୍ବା ବିବାହ ରିସେପ୍ସନ୍ ଜୁଲାଇ ୧୪ ରେ ରହିଛି।

କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ଅନନ୍ତ ଏବଂ ରାଧିକାଙ୍କ ବିବାହ କେବଳ ପ୍ରେମର ଉତ୍ସବ ନୁହେଁ, ଏହା ଏକ ବାହାଘର ଯାହା ଆଗାମୀ ଶହେ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା: ହାଇକୋର୍ଟ

ଚଣ୍ଡିଗଡ଼,୨୪ା୧୦(ପି.ଟି.): ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି। ଜଣେ ସ୍ବାମୀଙ୍କ ସପକ୍ଷରେ ପରିବାର ଅଦାଲତ ଜୁଲାଇରେ ଛାଡ଼ପତ୍ର...

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରିୟଙ୍କାଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୩।୧୦: ବୁଧବାର ୨୩ ଅକ୍ଟୋବର ୨୦୨୪ରେ କେରଳର ୱାୟନାଡ ଲୋକ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...

ରାହୁଲଙ୍କ ବଡ଼ ଘୋଷଣା, ଓ୍ବାୟନାଡରେ ହେବେ ଦୁଇଜଣ ଏମପି…

ନୂଆଦିଲ୍ଲୀ,୨୩।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ଶୋ...

ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ…

ଥିରୁଭାନନ୍ତପୁରମ୍‌,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର...

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର

ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri