Anant Radhika wedding: ଡ୍ୟାନ୍ସରେ ମଜି ଯାଇଥିଲେ ପ୍ରିୟଙ୍କା, ନିକ୍‌ଙ୍କ ସହ ଅନନ୍ୟା କଲେ ଏମିତି କିଛି ଦେଖି ତାଜୁବ ହୋଇଗଲେ ସମସ୍ତେ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ତ ଅମ୍ବାନୀ ଏବଂ ରାଧିକା। ତେବେ ଅମ୍ବାନୀ ପରବାରର ଶେଷ ବିବାହ ବହୁ ଧୁମଧାମ୍‌ରେ ପାଳନ ହୋଇଛି। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବହୁ ବଡ଼ ବଡ଼ ରାଜନେତାଙ୍କ ସହ ବଲିଉଡ ସେଲିବ୍ରେଟ ଏବଂ ଇଣ୍ଟରନ୍ୟାଶନାଲ ସେଲିବ୍ରେଟମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ସମସ୍ତେ ଧୁମ୍‌ ନାଚିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଠି ଅନନ୍ତଙ୍କ ବିବାହରେ ଅନନ୍ୟା ପାଣ୍ଡେ, ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସଙ୍କୁ ନାଚିବା ସମୟରେ ଠେଲି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଅନନ୍ତଙ୍କ ବରଯାତ୍ରୀରେ ସମସ୍ତେ ନାଚୁଛନ୍ତି। ଏହି ସମୟରେ ପ୍ରିୟଙ୍କା ଚୋପ୍ରା ନିଜ ସ୍ବାମୀ ନିକ୍‌ଙ୍କ ସହ ନାଚରେ ମଜି ଯାଇଛନ୍ତି। ଠିକ୍‌ ସେତିକିବେଳେ ଅନନ୍ୟା ପଛରୁ ଆସି ନିକଙ୍କୁ ଠେଲି ଦେଉଛନ୍ତି। ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ରଣବୀର ସିଂ ନିକ୍‌ଙ୍କୁ ତାଙ୍କ ଆଡକୁ ଟାଣି ଆଣୁଛନ୍ତି। ଏହି ସମୟରେ ଉଭୟଙ୍କୁ ପ୍ରିୟଙ୍କା ଦେଖି ହସି ହସି ଗଡି ଯାଉଛନ୍ତି।

Share