Categories: ଜାତୀୟ

ବାହୁବଳୀ ନେତାଙ୍କ ବିଧାୟକ ପଦ ବି ଗଲା

ପାଟନା,୧୫।୭: ବିହାରର ମୋକମାର ଆରଜେଡି ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏହି ଦଣ୍ଡାଦେଶ ପରେ ଏବେ ତାଙ୍କ ବିଧାୟକ ପଦ ମଧ୍ୟ ରଦ୍ଦ ହୋଇଛି। ବିଧାନସଭା ସଚିବ ଅନନ୍ତ ସିଂଙ୍କ ବିଧାନସଭା ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଜୁନ ୧୪ରେ ପାଟନାର ସ୍ବତନ୍ତ୍ର ଏମ୍‌ପି-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୨୦, ଅକ୍ଟୋବର ୧୫ରେ ବିଧାୟକ ଅନନ୍ତ ସିଂ ଏବଂ କେୟାର୍‌ ଟେକର୍‌ ସୁନୀଲ ରାମଙ୍କ ବିରୋଧରେ ଏମ୍‌ପି-ବିଧାୟକ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା।
ସୂଚନାଯୋଗ୍ୟ, ପାଟନା ପୋଲିସର ଏକ ଟିମ ଅଗଷ୍ଟ ୧୬,୨୦୧୯ରେ ଲଡୱାନ ଗାଁରେ ଥିବା ମୋକାମା ବିଧାୟକ ଅନନ୍ତ କୁମାର ସିଂଙ୍କ ପୈତୃକ ଘରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ମୋକାମା ବିଧାୟକଙ୍କ ଘରୁ ନିଷିଦ୍ଧ ଅସ୍ତ୍ର ଏକେ-୪୭ ଏବଂ ଦୁଇଟି ଗ୍ରେନେଡ ଜବତ କରିଥିଲା। ଏହି ମାମଲାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।

Share