Categories: ଜାତୀୟ

ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ପୋଲିସ, ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ କର୍ନେଲ ମନପ୍ରୀତ ସିଂ, ମେଜର ଆଶିଷ, ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁଂ ଭଟ୍ଟ ଶହୀଦ ହୋଇଛନ୍ତି।
ସୂଚନାଯୋଗ୍ୟ, ଅନନ୍ତନାଗର କୋକରନାଗ ଅଞ୍ଚଳରେ ପୋଲିସ ଏବଂ ସେନାର ଏକ ମିଳିତ ଟିମ ସର୍ଚ୍ଚ ଅପରେଶନବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରି ଏକ ଏନକାଉଣ୍ଟର କରିଥିଲେ।

Share