Categories: ଜାତୀୟ

ଜି-୨୦କୁ ଦେଖି ବିଚଳିତ ପାକିସ୍ତାନ ଆର୍ମି, ଅନନ୍ତନାଗ ଆକ୍ରମଣରେ ପାକିସ୍ତାନର ହାତ

ନୂଆଦିଲ୍ଲୀ,୧୪।୯: କାଶ୍ମୀରର ଅନନ୍ତନାଗ ଏବଂ ରାଜୌରୀରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ଗତ ୫ଦିନର କ୍ରସ ବର୍ଡର କଲ ଇଣ୍ଟରସେପ୍ଟରୁ ଜଣାପଡିଛି ଯେ ପାକିସ୍ତାନ ଆତଙ୍କବାଦୀମାନେ ଏକାସାଙ୍ଗରେ ଏକାଧିକ ଆକ୍ରମଣ ଯୋଜନା କରୁଛନ୍ତି।
ଭାରତର ଅଧ୍ୟକ୍ଷତାରେ ଜି -୨୦ର ସଫଳତା ଯୋଗୁଁ ପାକିସ୍ତାନରେ ଆତଙ୍କ ଖେଳିଯାଇଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏହି ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ଯୋଜନା କରିଥିଲା। ଜି-୨୦ ପରଠାରୁ ପାକିସ୍ତାନୀ ସେନା ଏକ ବଡ଼ ଆକ୍ରମଣ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ।
ଦୁଇ ଦିନ ମଧ୍ୟରେ କାଶ୍ମୀରରେ ଦୁଇଟି ବଡ଼ ଆକ୍ରମଣ ହୋଇଛି। ବୁଧବାର କଶ୍ମୀରର ଅନନ୍ତନାଗ ଜିଲାର କୋକରନାଗରେ ସୁରକ୍ଷା ବାହିନୀ ଏବଂ ଲଶ୍କର-ଏ-ତୋଏବା (ଏଲଇଟି) ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଆର୍ମି କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧାନୌତ ଏବଂ ଜମ୍ମୁ-କଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ୍ଟ ଶହୀଦ ହୋଇଥିବାବେଳେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ସେହିଭଳି ରାଜୌରୀରେ ମଧ୍ୟ ଦୁଇ ଜଣ ଏଲଇଟି ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ପାକିସ୍ତାନ ଦ୍ୱାରା ସୀମା ଆକ୍ରମଣ ପାଇଁ ପଠାଯାଉଛି।

Share