ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନୂଆ ନୂଆ ପ୍ରେମରେ ପଡିଛନ୍ତି। ସେ ଅନ୍ୟ କାହାକୁ ନୁହେଁ, ଅଭିନେତା ଇଶାନ ଖଟ୍ଟରଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଇଶାନ ଏବଂ ଅନନ୍ୟା ନୂତନ ବର୍ଷ ପାଳନ କରିବାକୁ ରାଜସ୍ଥାନର ରଣଥାମ୍ବୋରକୁ ଯାଇଥିଲେ। ଅନନ୍ୟା ପାଣ୍ଡେ ସେଠାରୁ ଅନେକ ଫଟୋ ମଧ୍ୟ ଶେୟାର କରିଥିଲେ। ସେ ପ୍ରଶଂସକଙ୍କ ପାଇଁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ଏବଂ ଭିଡିଓ ଶେୟାର କରିଥିଲେ। ଏଭଳି ପରିସ୍ଥିତିରେ ସେ ଦୁହେଁ କେଉଁଆଡେ ଯାଇଥିଲେ ତାହା ଜଣା ପଡି ନ ଥିଲା। କିନ୍ତୁ ଦୁହେଁ ଛୁଟିଦିନରୁ ଏକାଠି ଫେରୁଥିବାର ନଜର ଆସିଥିଲେ।
ଅନନ୍ୟା ବିମାନବନ୍ଦରରେ ଏକ ଧଳା ଟି-ଶର୍ଟ ଏବଂ କଳା ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ। ଏଥି ସହିତ, ଇଶାନ ଖଟ୍ଟର ଏକ ଶୀତକାଳୀନ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଦୁହେଁ ଫେସ ମାସ୍କ ପିନ୍ଧିଥିଲେ। ଫିଲ୍ମ ‘ଖାଲି ପିଲି’ ସମୟରେ ଅନନ୍ୟା ଏବଂ ଇଶାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିବା କୁହାଯାଉଛି। ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ସହିତ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ତାଙ୍କୁ ଖୁବ ଶୀଘ୍ର ଶକୁନ ବତ୍ରାଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ସାଉ ର ସୁପରଷ୍ଟାର୍‌ ବିଜୟ ଦେବରାକୋଣ୍ଡାଙ୍କ ସହ ଲିଗର୍‌ ଫିଲ୍ମରେ ମଧ୍ୟ ନଜର ଆସିବେ।

Share