ଅନନ୍ୟା ସବୁଠୁ ଗ୍ଲାମରସ୍‌ ଆଇକନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ଆୟୋଜିତ ହୋଇଥିବା ପିଙ୍କ୍‌ଭିଲ୍ଲା ଷ୍ଟାଇଲ ଆଇକନ୍‌ସ ଏଡିଶନ-୨ରେ ସବୁଠୁ ଗ୍ଲାମରସ୍‌ ଆଇକନ୍‌ ହୋଇଛନ୍ତି। ଏହି ଆଇକନ୍‌ର ଶ୍ରେୟ ସେ ତାଙ୍କ ଜେଜେ ମା’ଙ୍କୁ ଦେଇଛନ୍ତି। ସେ କହିଛନ୍ତି, ସବୁବେଳେ ନିଜେ ଶକ୍ତ ଏବଂ ଆତ୍ମବିଶ୍ୱାସୀ ହେବା ଉଚିତ। ଯାହାକି ତାଙ୍କୁ ସବୁବେଳେ ଗ୍ଲାମରସ୍‌ ରହିବାରେ ସାହାଯ୍ୟ କରିଥାଏ। ପିଙ୍କ୍‌ଭିଲ୍ଲା ଷ୍ଟାଇଲ ଆଇକନ୍‌ସ ଏଡିଶନ-୨ରେ ସେ ଏକ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ। ଏଥିସହ ସେ ବେକରେ ଏକ ଡାଇମଣ୍ଡ ନେକ୍‌ଲେସ ଏବଂ ଡାଇମଣ୍ଡର ମୁଦି ପିନ୍ଧିଥିଲେ। ତେବେ ତାଙ୍କର ଏକ ଫିଲ୍ମ ‘ଡ୍ରିମ୍‌ଗର୍ଲ- ୨’ ଆସନ୍ତା ୭ ଜୁଲାଇରେ ରିଲିଜ୍‌ ହେବ। ଏଥିସହ ତାଙ୍କ ହାତରେ ଆଉ ୨ଟି ସିନେମା ରହିଛି।

Share