ବିବାହ ପରେ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କଲେ ଅଲାନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ କଜିନ ସିଷ୍ଟର ତଥା ସୋସିଆଲ ମିଡିଆ ଇପଫ୍ଲୁଏନସର ଅଲାନା ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡ ଇଭୋର ମାକକ୍ରେଙ୍କ ସହ ମୁମ୍ବାଇରେ ଟାଡିସନାଲ ମ୍ୟାରେଜ କରିଛନ୍ତି । ଏହି କପଲଙ୍କ ବିଗ ଡେ’ରେ ଅନେକ ବଲିଉଡ ସେଲିବ୍ରିଟି ପହଞ୍ଚିଥିଲେ । ଅଲାନା ଓ ଇଭୋରଙ୍କ ପ୍ରିୱେଡିଂ ସେଲିବ୍ରେଶନଠାରୁ ବିବାହ ପର୍ଯ୍ୟନ୍ତ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଏହାରି ଭିତରେ ନ୍ୟୁଲି ୱେଡ କପୁଲ ଅଲାନା ଓ ଇଭୋରଙ୍କ ୱେଡିଂ ରିସେପଶନର ଇନସାଇଡ ଭିଡିଓ ସାମ୍ନାକୁ ଆସିଛି ।
ବିବାହ ପରେ ଏହି ନ୍ୟୁଲି ୱେଡେଡ କପୁଲ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିଛନ୍ତି । ଏବେ ତା’ର କିଛି ଭିଡିଓ ସାମ୍ନାକୁ ଆସିଛି । ଏମାନେ ପରସ୍ପରର ହାତଧରି ଭେନ୍ୟୁରେ ଏଣ୍ଟ୍ରି କରିବା ସହ ସ୍ୟାମ୍ପେନ ଓ କେକ ସହ ରିସେପଶନ ପାର୍ଟିକୁ ଏନଜୟ କରୁଥିବା ଦେଖାଯାଇଛି । ଏହାର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ।

Share