ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର । ତାଙ୍କ ଷ୍ଟାଇଲ ସବୁଠାରୁ ନିଆରା । ହେଲେ ଚଙ୍କି ପାଣ୍ଡେଙ୍କ ଏହି ଅଲିଅଳି କନ୍ୟା ଅନନ୍ୟାଙ୍କୁ ଧଳା ପୋଷାକ ଆଦୌ ପସନ୍ଦ ନୁହେଁ ।
ତେବେ ଲକଡାଉନ୍ ସମୟରେ ଅନନ୍ୟା କରିନା କପୁର ଖାଁଙ୍କ ଚ୍ୟାଟ ଶୋ’ ହ୍ୱାଟ ୱିମେନ ୱାଣ୍ଟରେ ଭାଗ ନେଇଥିଲେ । ଏହି ସମୟରେ ଷ୍ଟାଇଲ ଓ ଫ୍ୟାଶନକୁ ନେଇ ସେ ତାଙ୍କ ଇନସ୍ପିରେଶନ କନିନାଙ୍କ ସହ ମନଖୋଲି କଥା ହୋଇଥିଲେ । ଏହି ସମୟରେ ଅନନ୍ୟା କହିଥିଲେ ସେ କରିନାଙ୍କ ପୁ କ୍ୟାରେକ୍ଟରକୁ ପିଲାଦିନୁ ଫଲୋ କରନ୍ତି । ଅମିନେତ୍ରୀଙ୍କୁ ଯେତେବେଳେ ପଚରା ଯାଇଥିଲା କି ସେ ଆଇରନ ହୋଇଥିବା ପୋଷାକ ପିନ୍ଧନ୍ତି କି । ଉତ୍ତରରେ ଅନନ୍ୟା କହିଥିଲେ ସେ ବିନା ଆଇରନର ପୋଷାକ ପିନ୍ଧନ୍ତି ନାହିଁ । ଅବଶ୍ୟ ଆଇରନ କରିବା ଦାୟିତ୍ୱ ତାଙ୍କ ମା’ଙ୍କର ବୋଲି ସେ ସ୍ୱିକାର କରିଥିଲେ । ଆଉ ସବୁଠାରୁ ବଡ କଥା ହେଲା ଅନନ୍ୟା କହିଥିଲେ ସେ ଖାଇବା ସମୟରେ କିଛି ନା କିଛି ଖାଦ୍ୟ ପୋଷାକରେ ପକାଇବା ଥୟ ଏହା ଯେମିତି ତାଙ୍କର ଏକ ଆଦତରେ ପରିଣତ ହୋଇ ଯାଇଛି । ଆଉ ପୋଷାକରେ ଖାଦ୍ୟ ପଡିଲେ ଦାଗ ତ ହେବ ହିଁ ହେବ । ସେଥିପାଇଁ ସେ ଧଳା ପୋଷାକ ପିନ୍ଧିବାକୁ ଡରନ୍ତି । କାରଣ ଧଳାରେ ଥରେ ଦାଗ ଲାଗିଗଲେ ତାହା ଆଦୌ ଠିକ୍ ଲାଗି ନ ଥାଏ ।
କରନ ଜୋହରଙ୍କ ମୁଭି ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୨’ରେ ଡେବ୍ୟୁ କରିଥିବା ଅନନ୍ୟା ପରେ ‘ଖାଲି ପିଲି’ରେ ନଜର ଆସିଥିଲେ । ଆଗାମୀ ଦିନରେ ସେ ଶକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏକ ଫିଲ୍‌୍ମ ଓ ବିଜୟ ଦେବରକୋଣ୍ଡାଙ୍କ ଅପୋଜିଟ ଫିଲ୍ମ ‘ଲାଇଗର’ରେ ନଜର ଆସିବେ ।

Share