ରିଲେସନଶିପକୁ ନେଇ ଖୋଲାଖୋଲି କଥା ହେଲେ ଅନନ୍ୟା, ମନେପକାଇଲେ ଏକ୍ସ ବୟଫ୍ରେଣ୍ଡଙ୍କୁ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଭାଲେଣ୍ଟାଇନ ଡେ’ ଅବସରରେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ମନେପକାଇବା ସହ ଏବେକାର ରିଲେସନଶିପକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି । ଟିକେ ଭିନ୍ନ ଅନ୍ଦାଜରେ ବଲିଉଡ୍ ସେଲିବ୍ରିଟିମାନେ ଭାଲେଣ୍ଟାଇନ ଡେ’ ପାଳନ କରୁଥିବା ବେଳେ ଅନନ୍ୟା ବି ଏଥିରୁ ବାଦ୍ ପଡି ନାହାନ୍ତି । ଭାଲେଣ୍ଟାଇନ ଡେ’ ଅବସରରେ ଏହି ଚୁଲବୁଲି ନାୟିକା ଏକ ଡେଟିଂ ଆପ୍ ତିଆରି କରିଛନ୍ତି । ଏହି ଅବସରରେ ସେ ତାଙ୍କ ଲଭ ଲାଇଫକୁ ନେଇ କଥା ହୋଇଛନ୍ତି । ଏହି ସମୟରେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ମନେପକାଇଛନ୍ତି । ଆଉ ଏବେକାର ରିଲେସନଶିପକୁ ନେଇ କହିଛନ୍ତି ଆମେ କେବଳ ଭଲ ବନ୍ଧୁ । ତେବେ ବ୍ରେକ୍‌ଅପ୍ ପରେ ଯେଉଁମାନେ ଭାଙ୍ଗି ପଡୁଛନ୍ତି ତାକୁ ନେଇ ଅନନ୍ୟା କହିଛନ୍ତି ଏଥିରେ ଭାଙ୍ଗି ପଡିବାର କୌଣସି କାରଣ ନାହିଁ । କାରଣ ସବୁଶେଷ ପରେ ଗୋଟିଏ ନୂଆ ଆରମ୍ଭ ହୋଇଥାଏ । ସେ କହିଛନ୍ତି ମୋତେ ଏକ୍ସ ବକ୍ସ ବହୁତ ପସନ୍ଦ । କାରଣ ମୋତେ କାର୍ଡ ଜଳାଇବାକୁ ଭଲ ଲାଗେନି । ମୋର ଫିଲ୍ମ ଟିକେଟ ସେହି ବକ୍ସରେ ରହିଛି । ଖୁବ୍‌ଶୀଘ୍ର ଅନନ୍ୟା ଫିଲ୍ମ ‘ଲାଇଗର’ରେ ନଜର ଆସିବେ । ଏଥିରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Share