ଭଉଣୀଙ୍କ ମେହେନ୍ଦୀ ସେରିମନିରେ ସିଗାରେଟ୍‌ ଟାଣୁଥିବା ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସମ୍ପର୍କୀୟ ଅଲାନା ପାଣ୍ଡେଙ୍କ ମେହେନ୍ଦୀ ସମାରୋହରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ମେହେନ୍ଦୀ ସମାରୋହର କିଛି ଫାଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି। ଏହି ସମୟରେ ଅନନ୍ୟା ପାଣ୍ଡେଙ୍କ ଧୂମପାନର ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି। ଭଉଣୀଙ୍କ ମେହେନ୍ଦୀ ସମାରୋହରେ ଅନନ୍ୟା ସିଗାରେଟ୍‌ ଟାଣୁଥିବାର ନଜର ଆସିଛନ୍ତି। ତେବେ ଯେଉଁ ଆକାଉଣ୍ଟରୁ ଫଟୋ ପୋଷ୍ଟ କରାଯାଇଥିଲା ତାହା ବର୍ତ୍ତମାନ ଡିଲିଟ୍‌ ହୋଇଯାଇଛି। ହେଲେ ସୋସିଆଲ ମିଡିଆରେ ପୋଷ୍ଟର ସ୍କ୍ରିନଶଟ ଭାଇରାଲ ହୋଇଛି। ୟୁଜର୍ସମାନେ ଅନନ୍ୟାଙ୍କୁ ଟ୍ରୋଲ କରୁଛନ୍ତି।

ଏହି ମେହେନ୍ଦୀ ସମାରୋହ ସୋହେଲ ଖାନଙ୍କ ଘରେ ହୋଇଥିଲା। ସଲମାନ ଖାନଙ୍କ ମା’ ସଲମା ଖାନ ଏବଂ ହେଲେନ ମଧ୍ୟ ଏହି ମେହେନ୍ଦୀ ସମାରୋହ ପହଞ୍ଚିଥିଲେ। ସଲମାନଙ୍କ ଭଉଣୀ ଅଲଭିରା ଅଗ୍ନିହୋତ୍ରୀ ଏବଂ ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Share