ବଲିଉଡର ଭେଟେରାନ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜି ୨୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଅନନ୍ୟା ଅକ୍ଟୋବର ୩୦, ୧୯୯୮ରେ ଜନ୍ମଗ୍ରହଣ କରିଥିଲେ। ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ସ୍କୁଲରେ ପାଠ ପଢିଥିବା ଅନନ୍ୟା ଷ୍ଟୁଡେଣ୍ଟ ଅଫ ଦି ଇୟର ଫିଲ୍ମରୁ ବଲିଉଡ ଜଗତରେ ଡେବ୍ୟୁ କରିଥିଲେ। ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଅନନ୍ୟା ସୋସିଆଲ ମିଡିଆ ବେଶ୍ ଚର୍ଚ୍ଚାରେ ଥିଲେ। କିନ୍ତୁ ଫିଲ୍ମ ଜଗତରେ କାମ କରିବାପରେ ସେ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଷ୍ଟୁଡେଣ୍ଟ ଅଫ ଦ ଇୟର ଫେମ ଅନନ୍ୟା ପାଣ୍ଡେ ଏକ ସାକ୍ଷାତକାରରେ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଏହାକୁ ନେଇ ବଲିଉଡରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେଇଛି । ଅନନ୍ୟାଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ’ ର ପ୍ରମୋଶନ ସମୟରେ ଏକଥା ସେ କହିଥିଲେ। ସେ ସଲମାନଙ୍କ ସ୍ବାମୀ ରୂପେ ଦେଖିବାକୁ ଚାହାନ୍ତି ବୋଲି ଅନନ୍ୟା କହିଥିଲେ। ପିଲାଦିନେ ସଲ୍ଲୁଙ୍କ ଜୁଡଓ୍ବା ଫିଲ୍ମ ଦେଖି ତାଙ୍କୁ ପସନ୍ଦ କରିଥିଲି। ବିଗ୍ ବସ୍ ଫିଲ୍ମ ପ୍ରମେଶନ ସମୟରେ ତାଙ୍କୁ ଦେଖି ମୋ ପାଟି ବନ୍ଦ ହୋଇଯାଇଥିଲା। ତାଙ୍କ ପାଖରେ ଛିଡା ହୋଇଛି ବୋଲି ମୁଁ ବିଶ୍ୱାସ କରିପାରି ନ ଥିଲି ବୋଲି ସେ କହିଥିଲେ।