ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ? ଅସଲ କଥା ହେଲା, ନିକଟରେ ଅନନ୍ୟାଙ୍କୁ ଏକ ନୂଆ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା। ନିଜ ଭୂମିକା ବିଷୟରେ ଜାଣିବା ପରେ ଖୁସିରେ ଉଛୁଳି ଉଠିଥିଲେ ସେ। ହେଲେ ଏହି ଫିଲ୍ମରେ ସଂଯୋଜିତ ହେବାକୁ ଥିବା ଏକ ଆଇଟମ୍‌ ନମ୍ବର ତାଙ୍କର ଟେନ୍‌ସନ ବଢ଼ାଇ ଦେଇଥିଲା। ସେପଟେ ଦେଖିଲା ବେଳକୁ ଏହି ଗୀତର ସଂଯୋଗ କାହାଣୀ ସହ ରହିଛି। କିନ୍ତୁ ଏପରି ଗୀତରେ ନାଚିବାକୁ ରାଜି ହୋଇ ନଥିଲେ ଅନନ୍ୟା। କେବଳ ସେତିକି ନୁହେଁ, ଅଫରଟିକୁ ମଧ୍ୟ ହାତଛଡ଼ା କରିଥିଲେ। ହେଲେ ଏବେ ସେପରି ନିଷ୍ପତ୍ତିକୁ ନେଇ ଅନୁତାପ କରୁଛନ୍ତି ସେ। ‘ଅଫରଟିକୁ ରେଡ୍‌ ସିଗ୍‌ନାଲ ଦେଖାଇବା ପରେ ଏବେ ମୁଁ ଭାବୁଛି ଯେ ସେପରି ଡିସିସନ ବିଷୟରେ ଭଲ ଭାବରେ ଚିନ୍ତା କରିଥିଲେ ହୋଇଥାଆନ୍ତା। ହେଲେ ଏବେ ଆଉ କିଛି କରିହେବ ନାହିଁ। ସାମାନ୍ୟ ଭୁଲ ପାଇଁ ଭଲ ଭୂମିକାଟିଏ ହାତରୁ ଖସିଗଲା ବୋଲି କହନ୍ତି ଅନନ୍ୟା।’


Enter your email to get our daily news in your inbox.

All Right Reserved By Dharitri.Com

Govinda-Sunita Divorce: ଗୁଜବ ନୁହେଁ ସତ, ୩୭ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା

ମୁମ୍ବାଇ: ଗୁଜବ ନୁହେଁ ସତ। ଅଲଗା ହେବେ ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜା। ଉଭୟଙ୍କ ୩୭ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ...

Virat Kohliଙ୍କଠାରୁ ୧୯୩୪ କିଲୋମିଟର ଦୂରରେ ଅଛନ୍ତି ଅନୁଷ୍କା…ଏହାପରେ ବି କେମିତି ରହୁଛନ୍ତି ଏକାଠି? ‘ବିରୁଷ୍କା’ଙ୍କ ପ୍ରେମକୁ…

ମୁମ୍ବାଇ,୨୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ପରଫେକ୍ଟ ଦମ୍ପତି ବୋଲି ବିବେଚନା କରାଯାଏ।...

ଫିଲ୍ମ ‘ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ: ଜାଣନ୍ତୁ କେବେ ହେବ ରିଲିଜ୍‌…

ମୁମ୍ବାଇ,୨୫।୨: ଅଭିନେତା ଜନ୍‌ ଆବ୍ରାହମ୍‌ ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ଦି ଡିପ୍ଲୋମାଟ୍‌’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲରକୁ ରିଲିଜ୍‌ କରଯାଇଥିଲା,...

ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।...

ଏଲନ ମସ୍କଙ୍କୁ କୋଟି କୋଟି ଟଙ୍କାର ଅଫର ଦେଲେ ମହାଠକ ସୁକେଶ ଚନ୍ଦ୍ରଶେଖର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଲାଇମଲାଇଟରେ ଆସିବା ପାଇଁ ଜେଲରୁ ଏକ ଚିଠି ଲେଖିଛନ୍ତି। ଯଦିଓ ସୁକେଶ...

୪୯ ବର୍ଷ ବୟସରେ ବାହା ହେବାକୁ ମନ ବଳାଇଛନ୍ତି ସୁସ୍ମିତା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ଜଣକ କମ ବୟସରେ ଇତିହାସ ସୃଷ୍ଟି କରିଥିଲେ ଏବଂ ୧୯୯୪...

ଗୋବିନ୍ଦାଙ୍କର ହେବ ଛାଡପତ୍ର! ମରାଠୀ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା, ପତ୍ନୀ ସୁନୀତା କହିଲେ…

ମୁମ୍ବାଇ: ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ...

ମଥାରେ ତିଳକ, ମୁଣ୍ଡରେ ଓଢଣୀ; ଭକ୍ତିରେ ଲୀନ ହେଲେ କ୍ୟାଟ୍ରିନା

ଦୁବାଇ,୨୫।୨: ସାରା ଦେଶରୁ ଲୋକମାନେ ମହାକୁମ୍ଭରେ ବୁଡ଼ ପକାଉଛନ୍ତି। ବଲିଉଡ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ନିକଟରେ ଷ୍ଟାର କ୍ୟାଟ୍ରିନା କୈଫ ତାଙ୍କ ଶାଶୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image