ଦୀର୍ଘ ୪ ଘଣ୍ଟା ପରେ ଏନ୍‌ସିବି କାର୍ଯ୍ୟାଳୟରୁ ବାହାରିଲେ ଅନନ୍ୟା

ମୁମ୍ବାଇ,୨୨ ।୧୦: ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଶୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପାଖାପାଖି ୨ଟା ୩୦ ମିନିଟରେ ସେ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସ ପହଞ୍ଚିଥିଲେ । ସନ୍ଧ୍ୟା ପାଖାପାଖି ୬ଟା ୨୧ରେ ସେ ସେଠାରୁ ବାହାରକୁ ବାହାରିଥିଲେ । ଦୀର୍ଘ ୪ ଘଣ୍ଟା ପରେ ଏନ୍‌ସିବି ଅଫିସରୁ ବାହାରି ଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ସୋମବାର ପୁଣି ଥରେ ଅନନ୍ୟାଙ୍କୁ ପଚରା ଉଚରା ପାଇଁ ଡକାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅନନ୍ୟା ଡ୍ରଗ୍ସ ନେବା ଓ ସପ୍ଲାଇରେ ସମ୍ପୃକ୍ତ ନୁହଁନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ ପାଟି ଉପରେ ଚଢାଉ କରି ଏନ୍‌ସିବି ଟିମ୍ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଗିରଫ କରିବା ପରେ ତାଙ୍କ ସହ ହ୍ୱାଟସ୍ ଆପ ଚାଟରେ ଅନନ୍ୟା ଥିବାରୁ ଏବେ ତାଙ୍କୁ ପଚରା ଉଚରା କରାଯାଉଛି ।

Share