ୟଙ୍ଗଷ୍ଟରଙ୍କୁ ଦିୱାନା କଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ତଥା ଷ୍ଟାର କିଡ୍ ଅନନ୍ୟା ପଣ୍ଡେ ତାଙ୍କ ଅପକମିଂ ମୁଭି ‘ଗହରାଇୟା’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚରେ । ଏହି ମୁଭି ୧୧ ଫେବୃୟାରୀକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ଏହା ପୁର୍ବରୁ ମୁଭିର ପ୍ରମୋଶନ ପାଇଁ ଦୀପିକା ଓ ଅନନ୍ୟା ଲାଗି ପଡିଛନ୍ତି । ନିକଟରେ ପ୍ରମୋଶନ ପାଇଁ ଚଙ୍କି ପାଣ୍ଡେଙ୍କ ଲାଡଲି ଅନନ୍ୟାଙ୍କ ଗ୍ଲାମରସ ଲୁକ ସାମ୍ନାକୁ ଆସିଛି । ଏଥିରେ ଅନନ୍ୟା ଏକ ରେଡ କଲର ସର୍ଟ ଡ୍ରେସରେ ନଜର ଆସିଛନ୍ତି । ରେଡ କଲର ଏହି ଡ୍ରେସରେ ଅନନ୍ୟା ଖୁବ୍ ଷ୍ଟାଇଲିଷ୍ଟ ଓ ହଟ୍ ଦେଖାଯାଉଛନ୍ତି । ମିନିମମ ମେକଅପ ଓ ଖୋଲା କେଶ ସହ, ସେ ତାଙ୍କ ଲୁକକୁ କମ୍ପଲିଟ କରିଛନ୍ତି । ଗ୍ଲାମରସ ଲୁକରେ ଦର୍ଶକଙ୍କୁ ଇମ୍ପ୍ରେସ କରିବାକୁ ଅନନ୍ୟା କ୍ୟାମେରା ସାମ୍ନାରେ ଜବରଦସ୍ତ ପୋଜ ବି ଦେଇଛନ୍ତି ।

Share