ଓଟିଟିରେ ଡେବ୍ୟୁ କରିବେ ଅନନ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ଦମ୍‌ଦାର ଅଭିନୟ ପାଇଁ ସମସ୍ତଙ୍କ ପାଖେ ପରିଚିତ। ମାତ୍ର ଅଳ୍ପ କିଛି ଫିଲ୍ମରେ କାମ କରି ବଲିଉଡର ଆଗାଧାଡି ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ଫିଲ୍ମ ‘ଲାଇଗର’ରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ହେଲେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିପାରିନଥିଲା। ଇତି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଅନନ୍ୟା ଖୁବ୍‌ଶୀଘ୍ର ଓଟିଟିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ କଲିନ ଡି କୁନ୍ହାଙ୍କ ନିର୍ଦ୍ଦେଶିତ ‘କଲ କି ବେ’ରେ ନଜର ଆସିବେ। ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନ୍ସ ଅଧୀନରେ ଆସୁଥିବା ଡ୍ରାମାଟିକ୍‌ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ନିର୍ମିତ ହେବ ।

Share