ଅନନ୍ୟାଙ୍କ ଅମ୍ବ୍ରେଲା ବୟ

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ‘ଅମ୍ବ୍ରେଲା ବୟ’ ସାଜିଛନ୍ତି ରଣବୀର ସିଂହ। ଫଟୋରେ ଅନନ୍ୟା ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ତାଙ୍କ ପଛରେ ରଣବୀର ଏକ ରଙ୍ଗୀନ ଛତା ଧରି ଠିଆ ହୋଇଛନ୍ତି। ଫଟୋରେ ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଯାହାକୁ ପ୍ରଶଂସକମାନେ ବହୁ ପସନ୍ଦ କରିଛନ୍ତି।

ଅନନ୍ୟା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ବହୁ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଅନନ୍ୟା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ଏବେ ରଣବୀର ସିଂହଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ କରୁଛନ୍ତି।

ଏ ତ ଗଲା ଅନନ୍ୟାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା ଦେଖିବା ତେବେ ସେ ତାଙ୍କର ଏକ ନୂଆ ପ୍ରୋଜେକ୍ଟରେ ବିଷୟରେ ଘୋଷଣା କରିଛନ୍ତି। ସେ ଆଦର୍ଶ ଗୌରବ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ନଜର ଆସିବେ। ଯାହାର ଟାଇଟେଲ ରହିଛି ‘ଖୋ ଗୟେ ହମ୍‌ କହାଁ’। ଏହି ଫିଲ୍ମ ଆସନ୍ତା ୨୦୨୩ରେ ରିଲିଜ ହେବ।

Share