ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା

ପାଟଣା,୨୬ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୧୧ ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ଗତ ଅଗଷ୍ଟ ୨୭ରେ ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କୁ ଭେଟି ଲିଖିତ ଭାବେ ଅନାସ୍ଥା ପାଇଁ ଆବେଦନ କରିଥିଲେ। ତେବେ ଉପଜିଲାପାଳ ଚଳିତ ମାସ ୩୦ ତାରିଖ ୧୧ ଟାରେ ଏରେଣ୍ଡେଇ ପଞ୍ଚାୟତ କାର୍ଯ୍ୟାଳୟରେ ସାହରପଡ଼ା ବିଡିଓ ମାଧବ ଚନ୍ଦ୍ର ବିରୁଆଙ୍କ ଅଧ୍ୟକ୍ଷତାରେ ଅନାସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଏରେଣ୍ଡେଇ ସରପଞ୍ଚଭାବେ ପାର୍ବତୀ ଚଳିତ ଥରକୁ ମିଶାଇ ୪ର୍ଥ ଥର ସରପଞ୍ଚ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କହିଛନ୍ତି, ଆବଶ୍ୟକ ସଂଖ୍ୟାରୁ ଅଧିକ ୱାର୍ଡ ସଦସ୍ୟ ମୋ ସପକ୍ଷରେ ଅଛନ୍ତି। ଆସ୍ଥାଭୋଟରେ ମୁଁ ନିଶ୍ଚିତ ଜିତିବି। ତେବେ ସରପଞ୍ଚ ଉପଜିଲାପାଳଙ୍କ ଅଫିସକୁ ଯାଇଛନ୍ତି କହି ଚଞ୍ଚକତା ପୂର୍ବକ ଜଣେ ୱାର୍ଡ ସଦସ୍ୟ ୮ ଜଣ ୱାର୍ଡ ସଦସ୍ୟଙ୍କୁ ଡାକି ନେଇ ସେଠାରେ ଦସ୍ତଖତ କରାଇଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ନେତୃତ୍ୱ ନେଉଥିବା ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତ କହିଛନ୍ତି, ସରପଞ୍ଚ ଆସ୍ଥାଭୋଟରେ ହାରିବେ, ଆମେ ନିଶ୍ଚୟ ବିଜୟୀ ହେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ୧୩ ବ୍ଲକରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ହେବ ଦରମା ଟଙ୍କା ମିଳିନାହିଁ।...

‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବେଦାନ୍ତ ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ କରିଛି। ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...

ରାଜ୍ୟରେ ପ୍ରଥମ ହେବା ପାଇଁ ଉତ୍ସାହିତ କଲେ ଜିଲାପାଳ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):ଭବାନୀପାଟଣାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର କଳାହାଣ୍ଡି ଜିଲାସ୍ତରୀୟ ସପ୍ତମ ଜାତୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଜିଲା ସମାଜ କଲ୍ୟାଣ...

ହୋମିଓପାଥିକ ଚିକିତ୍ସାଳୟ ଅଧିକାଂଶ ଦିନ ବନ୍ଦ

ମହାକାଳପଡ଼ା,୨୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ଜଗରିଜୋର ହାଟ ଶ୍ୟାମାକାଳୀ ମନ୍ଦିର ସଂଲଗ୍ନ ହୋମିଓପାଥିକ ଚିକିତ୍ସାଳୟ ବନ୍ଦ ପଡିଛି। ସ୍ଥାନୀୟ ଲୋକମାନଙ୍କୁ...

ସରକାରୀ ଜମିରେ ବେଆଇନ କ୍ରଶର

ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ବେଆଇନ କ୍ରଶର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଏପରି କି ଜଳସେଚନ ଓ ପୂର୍ତ୍ତ ବିଭାଗ,...

ଲଗାଣ ବର୍ଷା: ଆଳିର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି

ଆଳି, ୨୭ା୯(ବନମାଳୀ ସେନାପତି ): ଲଘୁଚାପ ପ୍ରଭାବରୁ ଆଳି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ଆଳି ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ...

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri