ନିମାପଡ଼ା ପୌରାଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ନିମାପଡ଼ା,୧୨।୮: ନିମାପଡ଼ା ପୌରାଧ୍ୟକ୍ଷା ସସ୍ମିତା ସାହୁଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ୮ କାଉନସିଲର ପୁରୀ ଜିଲାପାଳଙ୍କ ଠାରେ ଅନାସ୍ଥା ଆବେଦନ କରିଛନ୍ତି। ପରିଷଦର ମୋଟ ୧୧ କାଉନସିଲରଙ୍କ ମଧ୍ୟରୁ ୮ ଜଣଙ୍କ ଆବେଦନ କରିଥିବା ଜଣାପଡ଼ିଛି। ଏ ନେଇ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଛନ୍ତି।

Share