ପଞ୍ଜାବରେ ପୈତୃକ ଗାଁ

ଇସଲାମାବାଦ,୧୨ା୪: ଭାରତର ପଞ୍ଜାବ ପ୍ରଦେଶ ସହ ଶେହବାଜ୍‌ ଶରିଫ୍‌ଙ୍କ ସଂଯୋଗ ରହିଛି। ଅମୃତସର ନିକଟ ଜତି ଉମ୍‌ରା ଗ୍ରାମ ଶେହବାଜ୍‌ ଓ ଭାଇ ନଓ୍ବାଜ ଶରିଫ୍‌ଙ୍କ ପୈତୃକ ଗାଁ। ଶେହବାଜ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାପରେ ସେଠାରେ ଉତ୍ସବର ମାହୋଲ ଖେଳିଛି। ଭାରତ-ପାକିସ୍ତାନ ଅଲଗା ହେବା ପୂର୍ବରୁ ୧୯୩୨ରେ ଶରିଫ୍‌ଙ୍କ ପରିବାର ଲାହୋର ପଳାଇଥିଲେ। ୨୦୧୩ରେ ଶେହବାଜ୍‌ ତାଙ୍କ ପୈତୃକ ଗ୍ରାମ ପରିଦର୍ଶନରେ ଆସିଥିଲେ।

Share