ବ୍ଲକ ପ୍ରଶାସନର ପାଦ ପଡ଼ି ନ ଥିବା ଗାଁ ଚିନ୍ତାଲଗୁଡ଼ା

ପଟ୍ଟାଙ୍ଗି,୨୬।୪ (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଆଜି ଯାଏ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡିନାହିଁ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଗ୍ରାମାଞ୍ଚଳରେ ପହଞ୍ଚାଉଥିବା ନେଇ କହୁଥିବା ବ୍ଲକ ପ୍ରଶାସନ ଏହି ଗ୍ରାମକୁ ଭୁଲି ଯାଇଛି। ଉକ୍ତ ଗ୍ରାମଟି ହେଲା ବ୍ଲକର ପେଟୁରୁ ପଞ୍ଚାୟତର ୫ନଂ. ୱାର୍ଡ ଚିନ୍ତାଲଗୁଡା। ଗ୍ରାମଟି ବ୍ଲକ କାର୍ଯ୍ୟାଳୟଠାରୁ ୪୭ କି.ମି. ଦୂରରେ ରହଛି। ଗ୍ରାମରେ ୧୦ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟଜଳ। ଏଥିପାଇଁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମର ରମେଶ ମାରି କହନ୍ତି ।
ସେହିପରି ଗ୍ରାମକୁ ଯିବାକୁ ହେଲେ ସୁଙ୍କିଠାରୁ ଅମ୍ପାବାଲି ପଞ୍ଚାୟତକୁ ସଂଯୋଗ ହୋଇଥିବା ରାସ୍ତା ଦେଇ ପେଟୁରୁ ପଞ୍ଚାୟତ ଦେଇ ଯିବାକୁ ହୋଇଥାଏ। ଚିନ୍ତାଲଗୁଡା ଗ୍ରାମ ପୂର୍ବରୁ ଥିବା ଜିଲାଗୁଣ୍ଠା ଓ କାମ୍ବିରିପାଡୁ ଦୁଇ ଗ୍ରାମର ମଝି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ ରାସ୍ତା ହୋଇଥିବା ବେଳେ ଚିନ୍ତାଲଗୁଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ନାହିଁ। ପିଚୁ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହୋଇ ନ ଥିବା ୫ନଂ. ୱାର୍ଡସଭ୍ୟ ସୁକ୍ରି ଗେମେଲ କହିଛନ୍ତି। ଆମ ଗ୍ରାମରେ ପାନୀୟ ଜଳ ସମସ୍ୟା ସବୁ ବେଳେ ଲଗି ରହିଛି। ଗ୍ରାମଠାରୁ ୨ କି.ମି. ଦୂରରେ ଥିବା ଏକ ଝରଣାପାଣି ଉପରେ ଆମେ ନିର୍ଭର କରୁଛୁ। ବ୍ଲକ ପ୍ରଶାସନର କୌଣସି ଅଧିକାରୀଙ୍କ ପାଦ ଏଯାଏ ଆମ ଗ୍ରାମରେ ପଡ଼ିନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରି-ସ୍କୁଲ କ’ଣ ଆମ ପିଲାଏ ଜାଣନ୍ତି ନାହିଁ ବୋଲି ଗ୍ରାମବାସୀ କହିିଛନ୍ତି। ଚିନ୍ତାଲଗୁଡା, କାମିରିପାଡୁ ଏବଂ ଚେରୁକୁଢବା ତିନି ଗ୍ରାମର ପିଲାମାନେ ମୂଳାଗୁଡା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ନିର୍ଭର କରନ୍ତି। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ଠିକ ରୂପେ ଖୋଲେନାହିଁ। ସୂଚନାଯୋଗ୍ୟ, ପେଟୁରୁ ପଞ୍ଚାୟତର ଉକ୍ତ ଗ୍ରାମକୁ ଛାଡିଦେଲେ କାମିରିପାଡୁ ଗ୍ରାମର ୨୦ ପରିବାର ଏବଂ ଚେରୁକୁଢବା ଗ୍ରାମର ୮ ପରିବାର ପାଇଁ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ସେହିପରି ବ୍ଲକର ଚନ୍ଦକା ପଞ୍ଚାୟତର ଗାଲିପାଡୁ ଗ୍ରାମର ୪୦ ପରିବାର ଓ ଟିମାଲପାଡୁ ଗ୍ରାମର ୧୦ ପରିବାରଙ୍କ ମଧ୍ୟ ସମାନ ଅବସ୍ଥା। ଆମ ସମସ୍ୟା ସମାଧାନ ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଆମେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ବ୍ଲକ ଘେରାଉ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏନେଇ ପେଟୁରୁ ସରପଞ୍ଚ ମମିତା ବାଙ୍କାଙ୍କୁ ପଚାରିବାରୁ ସେ କହିଲେ ଚିନ୍ତାଲଗୁଡା, କାମିରିପାଡୁ ଓ ଚେରୁକୁଢବା ଗ୍ରାମର ପାନୀୟ ଜଳ ଓ ରାସ୍ତା ସମସ୍ୟା ସମ୍ପର୍କରେ ସେ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri