କାନ୍ତ କବିଙ୍କୁ କଣ୍ଠ କବି ପଢ଼ିଥିବା ମଞ୍ଚ ପରିଚାଳିକାଙ୍କୁ ୩ ଦିନରେ ମିଳିଥିଲା ଏତିକି ଟଙ୍କା

ଭୁବନେଶ୍ୱର,୬।୯: ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ଆରମ୍ଭରେ ମଞ୍ଚ ପରିଚାଳନା କରୁଥିବା ପରିଚାଳିକା ସଂହିତା ପାଣି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି ପଢିବାରୁ ବିବାଦ ଆରମ୍ଭ ହୋଇଥିଲା। ତେବେ ଏହି ପରିଚାଳିକାଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସରକାର ସର୍ବାଧିକ ଟଙ୍କା ଦେଇଥିବା ଜଣା ପଡିଛି।

ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନରେ ଶୁଭମ କୁମାର ବେହେରା, ସଂହିତା ପାଣି ଏବଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ତିନି ଜଣଙ୍କୁ ପ୍ରଦାନ କରାଯାଇଥିବା ପାଉନ ତାରତମ୍ୟ ରହିଥିବା ଦେଖାଯାଇଛି। ଶୁଭମଙ୍କୁ ୨୫ ହଜାର ଟଙ୍କା, ଶ୍ରୀନିବାସ ଘଟୁଆରୀଙ୍କୁ ୨୦ ହଜାର ଟଙ୍କା ପାରିଶ୍ରମିକ ମିଳିଥିବା ବେଳେ ସଂହିତା ପାଣିଙ୍କୁ ସରକାର ୯୫ ହଜାର ଟଙ୍କା ପାରିଶ୍ରମିକ ଦେଇଥିଲେ।

ଶୁକ୍ରବାର ବିଧାୟକ ଲକ୍ଷ୍ମଣ ବାଗ ପ୍ରାଶ୍ନ କରିଥିଲେ କି ସରକାର ଏହି କାର୍ଯ୍ୟକ୍ରମରେ କେଉଁଠି ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହାର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ବଂଶୀ ସୂରଜ କହିଥିଲେ ”ବିଶ୍ବ ଓଡିଆ ଭାଷା ଭାଷା ସମ୍ମିଳନୀର ଆୟୋଜନ ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବ୍ୟତୀତ ଅନ୍ୟ ବହୁ ବିଭାଗ ଏବଂ ବହୁ ସ୍ବୟଂ ଶାସିତ ସଂସ୍ଥା ବିଭିନ୍ନ କାର୍ଯ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଦିବସରେ ନୃତ ନୃତ୍ୟ, ସଙ୍ଗୀତ କା କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା (ଆଙ୍କରିଙ୍ଗ) ପାଇଁ ବିଭିନ୍ନ ନୃତ୍ୟ, ସଙ୍ଗୀତ ଦଳ ଓ ମଞ୍ଚ ପରିଚାଳକ (ଆଙ୍କର)ଙ୍କୁ ନି ନିୟୋଜିତ କରିଥିଲେ।”

ତେବେ ଏହି ସମ୍ମିଳନୀରେ କେବଳ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମୋଟ ୩୦ ଲକ୍ଷ ୬୦ ହଜାର ୧୬୦ ଟଙ୍କା ବ୍ୟୟ କରାଯାଇଥିଲା।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ବିବାଦ ଘେରରେ ଫସିଥିଲେ ଉପସ୍ଥାପିକା ସଂହତି ପାଣି । ଏହାପରେ ଭିଡିଓ ଜାରି କରି ପ୍ରତିକ୍ରିୟା ରଖିଥିଲେ ଉପସ୍ଥାପିକା ସଂହତି । ଏହା ଭୁଲରେ ପାଟିରୁ ଖସିଯାଇଥିଲା । ଉଦ୍ଦେଶ୍ୟମୂଳକ ନଥିଲା । ଆଉ ଏ ଭୁଲକୁ ମୁଁ ସ୍ବୀକାର କରୁଛି ।

ତେବେ ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ସମ୍ମିଳନୀର ଉପସ୍ଥାପିକା ଥିଲେ ସଂହତି ପାଣି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରାରମ୍ଭରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ବିବାଦ ଘେରରେ ଫସିଥିଲେ ସଂହତି । ସାମାଜିକ ଗଣମାଧ୍ୟମରେ ଏହାର ଭିଡ଼ିଓ ବହୁଳ ମାତ୍ରରେ ପ୍ରସାରିତ ହୋଇଥିଲା । ଯାହାକୁ ନେଇ ଭାଷାବିତ ଘୋର ବିରୋଧ କରିଥିଲେ । ଉପସ୍ଥାପିକାଙ୍କ ସହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ମଧ୍ୟ ସମାଲୋଚିତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ଭୁବନେଶ୍ୱର,୨୫।୧୦: ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୨ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। ବାତ୍ୟା ଦାନା...

ପ୍ରବଳ ବର୍ଷା ଆଲର୍ଟ, ସବୁ ସ୍କୁଲ ଛୁଟି

ଭଦ୍ରକ,୨୫।୧୦: ବାତ୍ୟା ପରେ ଉପକୂଳ ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ବାତ୍ୟା ପରେ ତୁହାକୁ ତୁହା ବର୍ଷାରେ ବେହାଲ ହେଳାଣି ଉପକୂଳିଆ ଜିଲା। ପାଣିପାଗ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବାତ୍ୟା ଅଞ୍ଚଳରେ ମିଳିବ ନୂଆ ପକ୍କା ଘର, ଏମାନେ ପାଇବେ…

ଭୁବନେଶ୍ୱର,୨୫।୧୦: ରାଜ୍ୟ ସରକାରଙ୍କ ବଡ ଘୋଷଣା । ମିଳିବ ପକ୍କା ଘର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମିଳିବ ନୂଆ ପକ୍କା ଘର । ଏ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଦାରିଙ୍ଗବାଡିରେ ଅଭୁଲାସ୍ମୃତି ପଢ଼ି, ବଡିଓଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି,୨୪।୧୦(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ମୁଁ ୨୦୧୪ରେ ଯାଇଥିଲି। ବହୁଦିନ ଧରି ଦାରିଙ୍ଗବାଡିରେ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲି। ଗାଁଗାଁ ବୁଲି ଆଦିବାସୀ ଲୋକଙ୍କୁ...

ବାତ୍ୟା ପରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ ପ୍ରଭାବିତ ଜିଲାରେ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୬ ଓ ୨୭ ତାରିଖ...

ଦାନାର ପ୍ରକୋପ: ବୁଡିଗଲା ପଞ୍ଚଲିଙ୍ଗେଶ୍ୱର, ମନ୍ଦିର ଭିତରେ ପଶିଲା ପାଣି…

ନୀଳଗିରି ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଦାନା’ ଓଡ଼ିଶା ଉପକୂଳରେ ମାଡ ହୋଇଛି। ପାଣିପାଗ ବିଭାଗର...

କନ୍ଧମାଳରେ ଏନ୍‌କାଉଣ୍ଟର: ମାଓବାଦୀ ନିହତ

ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଶୁକ୍ରବାର ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri