ଅବହେଳିତ ଅବସ୍ଥାରେ ପ୍ରାଚୀନ ମଠ, ମନ୍ଦିର

ପୁରୀ ଅଫିସ, ୧୮ା୪:: ହିନ୍ଦୁମାନଙ୍କ ଶ୍ରେଷ୍ଠ ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ। କଳା, ସଂସ୍କୃତି ଓ ଐତିହ୍ୟର ଏହି କ୍ଷେତ୍ର ଦେଶର ଅନ୍ୟତମ ପ୍ରାଚୀନ ଐତିହ୍ୟ ପୀଠ ଭାବେ ପରିଚିତ। ତେବେ କାଳକ୍ରମେ ଶ୍ରୀକ୍ଷେତ୍ରର ଐତିହ୍ୟ ଭୁଶୁଡ଼ିଗଲାଣି। ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶାସନର ଅବହେଳା ଯୋଗୁ ମଠ, ଆଶ୍ରମ ପରମ୍ପରା ଲୋପ ପାଇବାକୁ ବସିଛି। ଐତିହ୍ୟ କରିଡର ଯୋଜନାରେ ବିକାଶ ପାଇଁ ମଧ୍ୟ କେତେକ ପ୍ରାଚୀନ ମଠ ଏବଂ ଐତିହ୍ୟ କୀର୍ତ୍ତିରାଜିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ପୁରୀରେ ୩୭୪ଟି ମଠ ରହିଛି। ଏଥିମଧ୍ୟରୁ ୧୦୯ଟି ମଠ ଭଗ୍ନ ଓ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି। ପୁରୀର ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀମାନେ ଅନେକଣ୍‌ଥର ଶିବତୀର୍ଥ ମଠ ଓ ଶଙ୍କରାନନ୍ଦ ମଠ ଭଳି ପୁରାତନ ମଠର ପୁନରୁଦ୍ଧାର ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡ଼ିକର ପୁନରୁଦ୍ଧାର ଓ ନବୀକରଣ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ମନେ ହେଉନାହିଁ। ସେହିଭଳି ତୀର୍ଥ ପୁଷ୍କରିଣୀଗୁଡ଼ିକର ବିକାଶ ଦିଗରେ ପ୍ରଶାସନିକ ଉଦାସୀନତା ସଂସ୍କୃତିପ୍ରେମୀଙ୍କୁ ମର୍ମାହତ କରୁଛି। ପୁଷ୍କରିଣୀଗୁଡ଼ିକୁ ତୀର୍ଥ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସୁଛନ୍ତି। ମାତ୍ର ଅବ୍ୟବସ୍ଥା ଦେଖି ଅସନ୍ତୋଷ ମନରେ ଫେରୁଛନ୍ତି। ପୁଷ୍କରିଣୀସ୍ଥଳରେ ଆବଶ୍ୟକ ଆଲୋକ ବ୍ୟବସ୍ଥା, ପାର୍କିଂସ୍ଥଳୀ ଓ ପରିଚ୍ଛନ୍ନତା ନାହିଁ। ତୀର୍ଥ ପୁଷ୍କରିଣୀଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଅନ୍ୟତମ ପ୍ରାଚୀନ ମଠ ଦୁଃଖିଶ୍ୟାମ ଛତା ମଠ ମଧ୍ୟ ଅସ୍ତିତ୍ୱ ହରାଇବାକୁ ବସିଲାଣି। ଦୁଃଖିଶ୍ୟାମ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମଠ ଜମିରୁ ଏବେ ମାତ୍ର ୯ ଏକର ଅଛି। ମଠର ଜଗମୋହନ ଓ ନାଟମଣ୍ଡପ ଭାଙ୍ଗିଯାଇଛି। ମଠ ପରିସରରେ ଥିବା ୨ଟି ପୋଖରୀ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବ ରକ୍ଷକ ପ୍ରଭୁ ଯମେଶ୍ୱର। ଶ୍ରୀଜଗନ୍ନାଥ ପରମ୍ପରାରେ ପ୍ରଭୁ ଯମେଶ୍ୱରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ମନ୍ଦିରର ବିକାଶ ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ପୁରୀର ଅନେକ ମଠ, ମନ୍ଦିର ଓ ଆଶ୍ରମ ଏବେ ପ୍ରାୟତଃ ଅବହେଳିତ ଅବସ୍ଥାରେ ରହିଛି। ସେହିସବୁ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଐତିହ୍ୟ ବିଶାରଦ ଓ ସଂସ୍କୃତିପ୍ରେମୀମାନେ ଗୁରୁତ୍ୱାରୋପ କରିଛନ୍ତି। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଐତିହ୍ୟ ହେଉଛି ଗୋଟିଏ ଜାତିର ଅସ୍ମିତା। ତେଣୁ ଐତିହ୍ୟ ସଂରକ୍ଷଣ ଦିଗରେ ସମସ୍ତଙ୍କ ଉଦ୍ୟମ ଜରୁରୀ। ଶ୍ରୀକ୍ଷେତ୍ରରେ ଯେଉଁ କେତୋଟି ପ୍ରାଚୀନ ମଠ, ମନ୍ଦିର ରହିଛି, ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବା ଉଚିତ। ନଚେତ ସେଗୁଡ଼ିକ ଲୋପ ପାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri