ପ୍ରାଚୀନ ବିଜ୍ଞାନର ନୂଆ ସ୍ବରୂପ

ସୌଭାଗ୍ୟ ସୁନ୍ଦରରାୟ

 

ପୁରାତନ ବିଜ୍ଞାନ ଓ ଆଧୁନିକ ବିଜ୍ଞାନ ମଧ୍ୟରେ ପ୍ରଭେଦ ଅନେକ। ପୁରାଣ ଯୁଗର ତଥ୍ୟକୁ ଆଧୁନିକ ବିଜ୍ଞାନ ଏତେଟା ବିଶ୍ୱାସ କରି ନ ଥାଏ। ପ୍ରାଚୀନ ବିଜ୍ଞାନକୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ ଆଧୁନିକ ବିଜ୍ଞାନ ଅଭିହିତ କରିଥାଏ। କିନ୍ତୁ ପ୍ରାଚୀନ ବିଜ୍ଞାନର ସୃଷ୍ଟି ତତ୍ତ୍ୱର ଉପାଦାନ ଯେ ଆଧୁନିକ ବିଜ୍ଞାନର ଗବେଷଣାର ଆଧାର ହୋଇପାରୁଛି ତାହା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଅତୀତରେ ପଦାର୍ଥ ବିଜ୍ଞାନ ବା କମ୍ପ୍ୟୁଟର ବିଜ୍ଞାନ ନ ଥିଲା, କିନ୍ତୁ ଗଣିତ, ଜ୍ୟୋତିର୍ବିଜ୍ଞାନ ଓ ଭେଷଜ ବିଜ୍ଞାନ ଥିଲା ବୋଲି ଗ୍ରହଣ କରିବାକୁ ହେବ। ଏହାର ରୂପ ଭିନ୍ନ ହୋଇଥାଇପାରେ, କିନ୍ତୁ ମୌଳିକ ଉପାଦାନ ଥିଲା। ପ୍ରାଚୀନ ଶାସ୍ତ୍ରରେ ଥିବା ତଥ୍ୟର ବିବର୍ତ୍ତନରୁ କ୍ରମେ ହିଁ ଆମେ ଆଧୁନିକ ବିଜ୍ଞାନ ପାଇଛେ।
ଅନ୍ତର୍ଜାତୀୟ ଗବେଷଣାତ୍ମକ ପତ୍ରିକା ଫିଜିକ୍ସ ଅଫ୍‌ ଦି ଆର୍ଥ ଆଣ୍ଡ ପ୍ଲାନେଟାରି ଇଣ୍ଟେରିଅରରେ ‘ପାତାଳ ଲୋକ’ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି। ସନ୍ଦର୍ଭ ଲେଖକ ଇଂଲଣ୍ଡ ୟୁନିଭର୍ସିଟିର ଭୂକମ୍ପ ବିଶାରଦ ଜେସିକା ଇରଭିଂ ଦର୍ଶାଇଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଲୁକ୍କାୟିତ ବିଶ୍ୱ। ଗବେଷଣାରୁ ଜଣାପଡ଼ିଛି ଯେ, ପୃଥିବୀର କେନ୍ଦ୍ର ଭାଗ କଠିନ ବୋଲି ଆମେ ଯାହା ଜାଣି ଆସିଛେ ତାହା ଠିକ୍‌ ନୁହେଁ। ଏହାର କେନ୍ଦ୍ର ଭାଗ କଠିନ, ବର୍ତ୍ତୃଳାକାର ଏବଂ ଲୌହ ଧାତୁରେ ଗଠିତ ବୋଲି ପୂର୍ବରୁ ଧାରଣା ରହିଆସିଛି। ଏହି କଠିନ ଗୋଲାକାର କ୍ଷେତ୍ରଟି ଲୌହ ଧାତୁର ଏକ ସଂକୋଚନ ପିଣ୍ଡ ଭଳି କୁହାଯାଉଥିଲା। ବର୍ତ୍ତମାନ ଜଣାପଡ଼ୁଛି ଯେ ପୃଥିବୀର କେନ୍ଦ୍ରାଞ୍ଚଳ କେଉଁ ସ୍ଥାନରେ କୋମଳ ତ କେଉଁଠି ଏହା ଟାଣ, ପୁଣି କେଉଁଠି ତରଳ ଅବସ୍ଥାରେ ରହିଛି। ତେବେ ପୃଥିବୀର କେନ୍ଦ୍ରାଞ୍ଚଳ ଏତେ ଉତ୍ତପ୍ତ ଓ ଚାପଯୁକ୍ତ ଯେ ମଣିଷ ବା ଯନ୍ତ୍ର ଦ୍ୱାରା ଏହାର ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ସମ୍ଭବ ନୁହେଁ। ଏହି ନୂଆ ତଥ୍ୟ ଦ୍ୱାରା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ଅନେକ ନୂଆ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। ସୃଷ୍ଟି ତତ୍ତ୍ୱ କୁହେ, ପୃଥିବୀ ତଳେ ୭ଟି ଭୂବିବର ବା ଭୂଲୋକ ରହିଛି। ଏଗୁଡ଼ିକ ହେଲା ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଓ ପାତାଳ। ପାତାଳ ତଳେ ରୁହନ୍ତି ଅନନ୍ତ ଯେ, ଏ ବ୍ରହ୍ମାଣ୍ଡକୁ ନିଜ ମସ୍ତକରେ ଧାରଣ କରିଛନ୍ତି। ସୁତଳ ହେଉଛି କୁଆଡ଼େ ବିରୋଚନ ପୁତ୍ର ବଳି ମହାରାଜଙ୍କ ନିବାସସ୍ଥଳୀ। ପାତାଳରେ କୁଆଡ଼େ ଭୟଙ୍କର ସର୍ପ ରହିଥାନ୍ତି। ଏ କଥା ପୁରାଣରେ ବର୍ଣ୍ଣିତ। ଏହାର ସତ୍ୟତା କେତେ ତାହା ଆଧୁନିକ ବିଜ୍ଞାନ ଦ୍ୱାରା ପ୍ରମାଣ ହୋଇପାରିବ। କିନ୍ତୁ ପୃଥିବୀର କେନ୍ଦ୍ରାଞ୍ଚଳକୁ ନେଇ ଯେଉଁ ନୂତନ ତଥ୍ୟ ସାମ୍ନାକୁ ଆସିଛି ତାହା ପ୍ରାଚୀନ ସୃଷ୍ଟି ତତ୍ତ୍ୱ ଆଡ଼କୁ ଅଗ୍ରସର ହେଉଥିବା ମନେକରାଯାଉଛି। ବିଶ୍ୱ ବ୍ରହ୍ମାଣ୍ଡର ଆଦି ଓ ଅନ୍ତ ଖୋଜିବା ପାଇଁ ଏକଦା ଶିବ କୁଆଡ଼େ ବ୍ରହ୍ମା ଓ ବିଷ୍ଣୁଙ୍କୁ କହିଥିଲେ। ବିଷ୍ଣୁ ଅନ୍ତ ଖୋଜିବାକୁ ଯାଇ ନିରାଶ ହୋଇ ଫେରିଥିଲେ। କିନ୍ତୁ ବ୍ରହ୍ମା ସୃଷ୍ଟିର ଆଦି ପାଇଥିବା ବିଷୟ ଶିବଙ୍କୁ ଜଣାଇଥିଲେ। ଏହାର ସାକ୍ଷ୍ୟ ସ୍ବରୂପ ସେ କେତକୀକୁ ଶିବଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଏହି ମିଥ୍ୟା ବୟାନ ସମ୍ପର୍କରେ ଶିବ ଜାଣିପାରିଥିଲେ। କେତକୀ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିଥିବାରୁ ଶିବଙ୍କ ଦ୍ୱାରା ଉପେକ୍ଷିତ ହେଲେ। କେବଳ ଗୋଟିଏ ଦିନ ଏହା ଶିବଙ୍କ ନିକଟରେ ଲାଗି ହେବାର ଅନୁମତି ମିଳିଲା। ଏବେ ବିଜ୍ଞାନ ଏହି ଆଦି- ଅନ୍ତ ଖୋଜିବା ଅଭିଯାନରେ ସାମିଲ ହୋଇଛି କହିଲେ ଚଳେ।
ଦିନେ ମଣିଷ ହାତର ଟିପଚିହ୍ନ ଥିଲା ନିରକ୍ଷରତାର ପ୍ରତୀକ। ଟିପଚିହ୍ନ ଉଠାଇ ସମସ୍ତଙ୍କୁ ସାକ୍ଷର କରାଇବା ପାଇଁ ଆରମ୍ଭ ହେଲା ଯୋଜନା। ଏହି ଯୋଜନା ମଧ୍ୟରେ ପୌଢ଼ ଶିକ୍ଷା ମଧ୍ୟ କାର୍ଯ୍ୟକାରୀ ହେଲା। କେହି ଆଙ୍ଗୁଠି ଛାପ ଦେବେ ନାହିଁ। ସମସ୍ତେ ଦସ୍ତଖତ କରିବେ। ମାତ୍ର ୩ ଦଶନ୍ଧି ମଧ୍ୟରେ ଆଙ୍ଗୁଳି ଛାପ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସଂଯୋଗ ହେଲା। ଏହାର ରୂପାନ୍ତରିତ ନାମ ହେଲା ବାୟୋମେଟ୍ରିକ , ଅର୍ଥାତ୍‌ ଏକ ଯନ୍ତ୍ରରେ ଆଙ୍ଗୁଳି ଟିପିଲେ ଚିହ୍ନ ରହିଯିବ। ଏଇ ଚିହ୍ନରୁ ବ୍ୟକ୍ତିର ପରିଚୟ ମିଳିବା ସହଜ ହୋଇପାରିବ। ସୃଷ୍ଟି ସର୍ଜନା ସମୟରେ ମନୁଷ୍ୟକୁ ଏପରି ଭାବେ ଗଢ଼ାଯାଇଛି ଯେ, ପ୍ରତ୍ୟେକଙ୍କର ଟିପଚିହ୍ନ ସ୍ବତନ୍ତ୍ର। କାହାରି ସହ କାହାର ଏହା ମେଳ ଖାଇ ନ ଥାଏ। ଏହି କାରଣରୁ ଚିହ୍ନଟ ପ୍ରକ୍ରିୟା ପାଇଁ ଏବେ ଏହାର ବ୍ୟାପକ ବ୍ୟବହାର କରାଯାଉଛି। ଏହି ଐଶ୍ୱରିକ ଚମତ୍କାରିତାକୁ ଆଧୁନିକ ବିଜ୍ଞାନ ସ୍ବୀକାର କରିବାର ଆବଶ୍ୟକତା ରହିଛି।
ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥିବା ଆମେରିକାର ନାସା ପ୍ରେରିତ ଅନ୍ତରୀକ୍ଷ ଯାନ ଭଏଜର ଆମ ସୌରମଣ୍ଡଳ ବାହାରେ ଥିବା ଅନ୍ତରୀକ୍ଷରେ ଏକ ନିରନ୍ତର ଗୁଣୁଗୁଣୁ ଶବ୍ଦ ସନ୍ଧାନ କରିବାରେ ସମର୍ଥ ହୋଇଛି। ଆମ ସୌରମଣ୍ଡଳ ବାହାରେ ଥିବା ନକ୍ଷତ୍ରଗୁଡ଼ିକ ମଧ୍ୟରେ ଯେଉଁ ଶୂନ୍ୟ ସ୍ଥାନ ରହିଛି ତା’ ମଧ୍ୟରୁ ଏହି ଅଦ୍ଭୁତ କ୍ଷୀଣ ଶବ୍ଦ ଶୁଣାଯାଉଛି ବୋଲି ଗବେଷକମାନେ ମତବ୍ୟକ୍ତ କରୁଛନ୍ତି। ତେବେ ଶବ୍ଦର ବାସ୍ତବ ଉପତ୍ତ୍ତିସ୍ଥଳର ସନ୍ଧାନ ଗବେଷକମାନେ କରିପାରି ନାହାନ୍ତି। ଏଇଠି ମନେପଡ଼େ ଓଡ଼ିଶାର ନେତ୍ରହୀନ ମହିମା ଧର୍ମାବଲମ୍ବୀ ସନ୍ଥକବି ଭୀମ ଭୋଇଙ୍କର ’ଚାଲନ୍ତି ଶୂନ୍ୟେ ଶବଦ, ଅନୁମାନେ ଚିତ୍ତ ଭେଦ’ କବିତା ପଂକ୍ତି। ଭୀମ ଭୋଇ ଥିଲେ ବ୍ରହ୍ମବାଦୀ ତଥା ଶୂନ୍ୟବାଦୀ। ନିଜର ଦିବ୍ୟଶକ୍ତି ଓ ସୂକ୍ଷ୍ମ ଅନୁଭବ ଦ୍ୱାରା ବୋଧହୁଏ ସେ ଏହି ଶୂନ୍ୟ ଶବ୍ଦ କଥା କହିଛନ୍ତି। ସେହିପରି ପୌରାଣିକ ତଥ୍ୟ ଅନୁଯାୟୀ ଧ୍ୟାନସ୍ଥ ଅବସ୍ଥାରେ ଥିବା ବ୍ରହ୍ମାଙ୍କ ହୃଦୟାକାଶରୁ ଏକ ଶବ୍ଦ ବାହାରି ଆସିଲା, ଯାହା ହେଲା ବ୍ରହ୍ମନାଦ। ଏହି ବ୍ରହ୍ମନାଦ ନିରନ୍ତର କର୍ଣ୍ଣ ଗହ୍ବରକୁ ଭେଦକରିଥାଏ। ଭଏଜର ଚିହ୍ନଟ କରିଥିବା ଶବ୍ଦଟିର ପୌରାଣିକ ବ୍ରହ୍ମନାଦ ସହ ସମ୍ପର୍କ ରହିଛି କି ନାହିଁ ସେସମ୍ପର୍କରେ କିଛି ତଥ୍ୟ ନାହିଁ। କିନ୍ତୁ ଭଏଜର ଚିହ୍ନଟ କରିଥିବା ଶବ୍ଦ ଏବଂ ପ୍ରାଚୀନ ଶାସ୍ତ୍ରରେ ଉଲ୍ଲିଖିତ ଶବ୍ଦ ସମ୍ପର୍କରେ ଅଧିକ ଗବେଷଣା କରାଗଲେ ନୂତନ ତଥ୍ୟ ଉନ୍ମୋଚିତ ହୋଇପାରନ୍ତା।
ଅନ୍ୟ ଏକ ଘଟଣାରେ ଶ୍ରୀଲଙ୍କା ସରକାର ଦାବି କରିଛନ୍ତି, ରାବଣ ହେଉଛନ୍ତି ବିଶ୍ୱର ସର୍ବପ୍ରଥମ ବୈମାନିକ। ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ସଂସ୍ଥା ଉପାଧ୍ୟକ୍ଷ ଶଶୀ ଦାନାତୁଙ୍ଗଙ୍କ କହିବାନୁଯାୟୀ ଏହି ଦାବି ସପକ୍ଷରେ କେତେ ଅକାଟ୍ୟ ତଥ୍ୟ ହସ୍ତଗତ ହୋଇଛି। ପ୍ରାୟ ୫୦୦୦ ବର୍ଷ ତଳେ ରାବଣ ବିମାନ ଚାଳନା କରି ଭାରତ ଭୂଖଣ୍ଡକୁ ଯାଇ ଫେରିଥିଲେ ବୋଲି ଦାବି କରାଯାଇଛି। ଏଥିନେଇ ବିମାନ ଚଳାଚଳ ବିଶେଷଜ୍ଞ, ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍‌, ଭୂତତ୍ତ୍ୱବିତ୍‌ ଓ ବୈଜ୍ଞାନିକଙ୍କୁ ନେଇ ଏକ ସମ୍ମିଳନୀ ଶ୍ରୀଲଙ୍କାରେ ଆୟୋଜିତ ହୋଇଯାଇଛି। ଇତିମଧ୍ୟରେ ଶ୍ରୀଲଙ୍କା ସରକାର ପ୍ରଥମ ଶୃଙ୍ଖଳର ଯେଉଁ ଉପଗ୍ରହ ମହାକାଶକୁ ପ୍ରେରଣ କରିଛନ୍ତି ତାହାର ନାମ ‘ରାବଣ’ ରଖିଛନ୍ତି। ରାମାୟଣ କୁହେ, ଏହି ରାବଣ ସୀତାଙ୍କୁ ଅପହରଣ କରି ପୁଷ୍ପକ ଯାନରେ ଲଙ୍କାକୁ ନେଇ ଆସିଥିଲେ। ରାବଣଙ୍କୁ ନିହତ କରିବା ପରେ ଏହି ଯାନରେ ସୀତାଙ୍କୁ ନେଇ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ଫେରିଥିଲେ। ପୁଷ୍ପକ ବିମାନ ଏକ ଉଡ଼ନ୍ତା ଯାନ। ଏହାର ଉଦ୍ଭାବକ ରାବଣ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ଆଧୁନିକ ବିଜ୍ଞାନର ଏହି ଜୟଯାତ୍ରା ପ୍ରଶଂସନୀୟ।
ମୋ-୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri