ଚାଷଜମିରୁ ବାହାରିଲା ପୁରାତନ ଯୁଗର ପ୍ରସ୍ତର କଳାକୃତି

ମ.ରାମପୁର,୨୫ା୬(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁରର ରଜାମୁଣ୍ଡା ଗ୍ରାମରେ ବରୁଣ ସାହୁ ନିଜ ଚାଷ ଜମିରେ ହଳ କରୁଥିବା ବେଳେ ଚାଷଜମିରୁ ଏକ କଳାକୃତି ଖୋଦିତ ବିରଳ ପୁରାତନ ପଥର ମିଳିଛି। ଏ ଖବର ପ୍ରଚାର ହେବା ପରେ ଲୋକଙ୍କ ଭିଡ଼ ଜମିଛି। ଓକିଲ ସତ୍ୟ ସାହୁ, ସମବାୟ ସଭାପତି କୀର୍ତ୍ତନ ସାହୁ, ବରୁଣ ସାହୁ,ଈଶ୍ୱର ସାହୁ, ଅର୍ଜୁନ ସାହୁ, ଶ୍ରୀକର ସାହୁ, ସରପଞ୍ଚ ବୀଣାପାଣି ସାହୁ, ଓ୍ବାର୍ଡ ସଭ୍ୟା ସଂଯୁକ୍ତା ପୁରୋହିତ, କଂଗ୍ରେସ ଯୁବନେତା ବିଭୂତି ମହାକୁଡ଼ ପ୍ରମୁଖ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଏହାର ଅନୁସନ୍ଧାନ ଓ ଗବେଷଣା ପାଇଁ ଦାବି କରିଛନ୍ତି।

Share