ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍। ଚଳିତ ମାସରେ ଦୈନିକ ୨ ରୁ ୪ ଜଣଙ୍କ କରୋନାରେ ମୃତ୍ୟୁ ହେବାରେ ଲାଗିଛି। ପୁଣି ଜିଲାର ଆଉ ୪ ଜଣଙ୍କ ଆଜି କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରୁ ୮୯ ଜଣଙ୍କ ଜୀବନ ଗଲାଣି। ମିଳିଥିବା ସୂଚନାନୁସାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବତ ୩୩୭ ଜଣଙ୍କ ମୃତ୍ୟୁ ହୋଇଛି । ଜିଲାରେ ଆଉ ୨୧ ଜଣ ବୁଧବାର ପଜିଟିଭ ଚି଼ହ୍ନଟ ହୋଇଛନ୍ତି।