Categories: ଜାତୀୟ

ପୁଣି ବିଷାକ୍ତ ମଦ ପିଇ ୫ ମୃତ

ପାଟନା,୧୨।୮:ଗୁଜରାଟ ପରେ ବିହାରରେ ମଧ୍ୟ ବିଷାକ୍ତ ମଦ ତାଣ୍ଡବ ଜାରି ରହିଛି। ସରନ ଜିଲାରେ ବିଷାକ୍ତ ମଦ ପିଇ ପୁଣି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ବିହାରର ସରନ ଜିଲାରେ ୧୩ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିଲେ। ପ୍ରାୟ ଦୁଇ ଡଜନ ଲୋକ ଦୃଷ୍ଟି ଶକ୍ତି ହରାଇଥିଲେ। ଏହାପୂର୍ବରୁ ଗୁଜରାଟରେ ମଧ୍ୟ ବିଷାଷ ମଦ ପିଇ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share