ପୁଣି ଏକ ଲଘୁଚାପ: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୮: ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ରବିବାର ୬ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ଜାରି ହୋଇଛି । ଅନ୍ୟପକ୍ଷେ ରାଜ୍ୟରେ ବଜ୍ରାଘାତ ଜୀବନ ନେବାରେ ଲାଗିଛି ।ଶନିବାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କ ପ୍ରାଣହାନୀ ହୋଇଛି । ଅନ୍ୟପକ୍ଷେ ରବିବାର ସକାଳୁ ମଧ୍ୟ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି ୪ ଗୁରୁତର ହୋଇଛନ୍ତି।

 

Share