ଆଉ ମାତ୍ର ୨୦ ମିଟର ପରେ ଘରେ ପହଞ୍ଚିଥାନ୍ତେ ହୋମଗାର୍ଡ, ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ରାସ୍ତା ଦୁର୍ଘଟଣାରେ ଜୀବନ ଯାଇଛି। ସେହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମୁଣ୍ଡନାଜୁ ଗ୍ରାମର ପୀତବାସ ପ୍ରଧାନ। ପ୍ରକାଶ ଯେ, ସେ କୌଣସି କାର୍ଯ୍ୟରେ ପରିବାର ସହ ବାହାରକୁ ଯାଇଥିଲେ। ଫେରିବାବେଳେ ସିମନବାଡିଠାରୁ ପରିବାର ଲୋକଙ୍କୁ ଅଟୋରେ ପଠାଇ ସେ ବାଇକ ଯୋଗେ ଗାଁକୁ ଯାଉଥିଲେ। ଗାଁରେ ଥିବା ସ୍କୁଲ ସମ୍ମୁଖରେ ଗାଈ ସହ ଧକ୍କା ହୋଇଥିଲା। ସେ ସେଠାରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ ଯେ, ହୋମଗାର୍ଡ ପୀତବାସଙ୍କ ଯେଉଁଠି ଦୁର୍ଘଟଣା ଘଟିଲା ମାତ୍ର ୨୦ ମିଟର ଦୂରତା ରେ ତାଙ୍କ ଘର। ସେ ଆଉ ଗୋଟିଏ ମିନିଟ ମଧ୍ୟରେ ଘରେ ପହଞ୍ଚିଥାନ୍ତେ। କିନ୍ତୁ ବିଧିର ବିଧାନ ଅନ୍ୟ କିଛି ଥିଲା ବୋଲି ଆଲୋଚନା ହେଉଛି। ଦାରିଙ୍ଗବାଡି ପୋଲିସ ପୀତବାସଙ୍କ ମୃତଦେହ ଜବତ କରିଛି ବ୍ୟବଛେଦ କରାଯିବ ବୋଲି ଆଇଆଇସି ଅଶୋକ କୁମାର ହାଁସଦା କହିଛନ୍ତି। ଘଟଣାକୁ ନେଇ ଦାରିଙ୍ଗବାଡି ଥାନାରେ ପୀତବାସଙ୍କ ସାଥୀ କର୍ମଚାରୀ ଓ ଅଧିକାରୀମାନେ ଦୁଃଖରେ ଭାଙ୍ଗିପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧିନ ବଡସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକର ପରିଚୟ...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମନେପକାଇଲେ ରାଜ ପରିବାର

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଧୁନିକ ଓ ଅନ୍ୟତମ ବିନ୍ଧାଣୀ...

ସାବାଡ଼ ହେବେ ଶିକାରୀ: ଡେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର,୧୭।୧୨: ସାବାଡ଼ ହେବେ ଶିକାରୀ। ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବନ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ...

ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃଦଦେହ ଜବତ:ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଜଣେ ଅଜଣା ବ୍ୟକ୍ତିକୁ କେହି ଦୁର୍ବୃତ୍ତ ହତ୍ୟା ପରେ ନିଆଁରେ...

ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ

ଜୟପୁର,୧୭ା୧୨(ପବନ ପାଣିଗ୍ରାହୀ): ଜୟପୁର ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର କାଉନ୍‌ସିଲର ବିଭିନ୍ନ ଦାବି ନେଇ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଆକାବରମ୍‌ ଶସ୍ୟା ରେଡ୍ଡୀଙ୍କୁ ଦାବିପତ୍ର...

ଠିଆ ହୋଇ ଚା’ ପିଉଥିଲେ ଲୋକେ, ଦୋକାନ ଉପରକୁ ମାଡ଼ିଗଲା ଟ୍ରାକ୍ଟର

କଟକ,୧୭।୧୨: କଟକ ସେଲଟର ଛକରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରେ ଟ୍ରାକ୍ଟର ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ,...

ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର, ୧୭।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସିଟି ସ୍କାନ ୱାର୍ଡ...

ହାବିଲଦାର, କନଷ୍ଟେବଲ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୭ା୧୨(କାର୍ତ୍ତିକ ସାହୁ):ଓଡ଼ିଶା ପୋଲିସ ହାବିଲଦାର, କନଷ୍ଟେବଲ୍‌ ଓ ସିପାହୀ ସଂଘର ୪୫ତମ ବାର୍ଷିକ ଉତ୍ସବ କଟକ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri