ଭୁବନେଶ୍ୱର, ୨୧।୨: ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କୋଭିଡ ନିୟମାବଳୀ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ କମିଶନ(ଏସଆରସି)ର ସମସ୍ତ ଜିଲାର ଜିଲାପାଳ, ମହାନଗର ନିଗମ କମିଶନର, ପୌରପାଳିକା କାର୍ଯ୍ୟର୍ନିବାହୀ ଅଧିକାରୀ ଓ ଏନଏସି କାର୍ଯ୍ୟର୍ନିବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ତୁରନ୍ତ କୋଭିଡ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ପଦକ୍ଷେପ ନିଅନ୍ତୁ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।
ଆଉ କରୋନା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ମାଇକ ବୁଲାଇବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନ, ବିବାହ, ବ୍ରତଘର ଉତ୍ସବ ଭଳି ସାମାଜିକ କାର୍ଯ୍ୟକ୍ରମରେ କୋଭିଡ୍-୧୯ ଗାଇଡ୍ଲାଇନ ଯେପରି ପାଳନ କରାଯିବ, ତା ଉପରେ ଧ୍ୟାନ ଦେବାକୁ ଏସ୍ଆରସି କହିଛନ୍ତି।