ପୁଣି ଆସିପାରେ ଆଉ ଏକ ବାତ୍ୟା: ଏହି ଦିନ ହେବ…

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ):ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ ବାତ୍ୟାର ଭୟ ଟଳି ନାହିଁ। ଚାଇନା ସାଗର ଉପକୂଳରେ ଆଉ ଏକ ବାତ୍ୟାର ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୟୁରୋପିଆନ ସେଣ୍ଟର ଫର ମିଡିୟମ ରେଞ୍ଜ ଫୋରକାଷ୍ଟ (ଇସିଏମ୍‌ଡବ୍ଲ୍ୟଏଫ୍‌) ସମେତ କେତେକ ଅନ୍ତର୍ଜାତୀୟ ପାଣିପାଗ ମଡେଲ ସୂଚନା ଅନୁଯାୟୀ ନଭେମ୍ବର ୬ କିମ୍ବା ୭ ତାରିଖ ବେଳକୁ ଚାଇନା ସାଗରରେ ଥିବା ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ଏହା ଓଡ଼ିଶା କିମ୍ବା ତାମିଲନାଡୁ ଉପକୂଳମୁହାଁ ହେବାର ସମ୍ଭାବନା ରହିଛି। ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନେକ ସମୟ ଥିବାରୁ ଏବେଠାରୁ ବାତ୍ୟାକୁ ନେଇ ଆକଳନ କରାଯାଇପାରିବ ନାହିଁ। ଆସନ୍ତା ୩୦ କିମ୍ବା ୩୧ ତାରିଖ ବେଳକୁ ଏ ନେଇ କିଛି ସୂଚନା ମିଳି ପାରିବ ବୋଲି ଜଣେ ପାଣିପାଗ ବିଶେଷଜ୍ଞ କହିଛନ୍ତି।

Share