ପୁଣି ମହାପ୍ରଭୁଙ୍କ ନାଁରେ ଠକେଇ

ପୁରୀ,୪।୭: ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ ଅଭିଯୋଗ ହୋଇଛି। ରାଜ୍ୟ କିମ୍ବା ଦେଶ ଭିତରେ ନୁହେଁ ବିଦେଶ ଯାଏ ଏହି ଠକେଇର ଚେର ଲମ୍ବିଛି। ଡ଼ଲାରରେ ଭକ୍ତଙ୍କଠାରୁ ଦକ୍ଷିଣା ନିଆଯାଉଛି । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧ ପୂଜା, ଶାଳଗ୍ରାମ ପୂଜା ଭଳି କେତେକ ପୂଜା କରାଇଦେବା ପାଇଁ ଭକ୍ତଙ୍କୁ ଠକୁଛନ୍ତି। ‘ଶାଳଗ୍ରାମ ଶିଳା’ ନାମକ ଏକ ୱେବ ସାଇଟ୍‌ରେ ମହାପ୍ରଭୁଙ୍କ ନାଁ ରେ ଏଭଳି ଅନଲାଇନ ଠକେଇ ଚାଲିଛି । ଶ୍ରୀମନ୍ଦିରରେ ବ୍ରାହ୍ମଣ ଭୋଜନ କରାଇବା ନାଁରେ ଟଙ୍କା ଆଦାୟ ସହ ଡିସ୍କାଉଣ୍ଟ ମଧ୍ୟ ଦିଆଯାଉଛି । ତେବେ ଏଭଳି ଠକେଇ ଘଟଣାର ପର୍ଦ୍ଧଫାସ କରିବା ପରେ ସେବାୟତଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ସିଂହଦ୍ୱାର ଥାନା ମାମଲା ରୁଜୁ କରିଛି ।