ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨୮ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲାରୁ ୨ ଜଣ ଲେଖାଏ ଥିବା ବେଳେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ବଲାଙ୍ଗୀର ଗଜପତିରୁ ଜଣେ ଲେଖାଏ ରହିଛନ୍ତି।

Share