ଅନ୍ତର୍ଜାତୀୟ ମଞ୍ଚରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

କାଲିଫର୍ନିଆ, ୨୪।୨: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ପାକିସ୍ତାନ ବିରୋଧରେ ଭାରତ ନିଜର ‘ଜବାବର ଅଧିକାର’ ବ୍ୟବହାର କରିଛି। ଆତଙ୍କବାଦୀଙ୍କୁ ନିରାପଦ ସ୍ଥାନ ପ୍ରଦାନ କରୁଥିବା ଦେଶ ଭାବରେ ପାକିସ୍ତାନ ନିଜ ଟ୍ରାକ ରେକର୍ଡକୁ ଦେଖିବା ପାଇଁ ପରାମର୍ଶ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାର ଏକାଦଶ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନରେ ଭାରତୀୟ ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି, ଆତଙ୍କବାଦୀଙ୍କୁ ସୁରକ୍ଷିତ ରଖିଥିବା ତଥା ନିରାପଦ ସ୍ଥାନ ପ୍ରଦାନ କରୁଥିବା ଦେଶ ଭାବରେ ପାକିସ୍ତାନକୁ କେବଳ ନିଜକୁ ତଥା ଏହାର ଅତୀତର ରେକର୍ଡକୁ ଦେଖିବା ଆବଶ୍ୟକ। ଏଥିପାଇଁ ତାଙ୍କୁ ଦଣ୍ଡ ମଧ୍ୟ ଦିଆଯାଇ ନାହିଁ।
ପାକିସ୍ତାନର ଅନାବଶ୍ୟକ ଉତ୍ତେଜନାକୁ ସୃଷ୍ଟି କରିବା ‘ଦୁଃଖଦାୟକ’ ବୋଲି ବର୍ଣ୍ଣନା କରି ମାଥୁର କହିଛନ୍ତି, ଦୁଇ ଦିନର ଆଲୋଚନା ପରେ ମିଳିତ ଜାତିସଂଘରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଏକମତ ହୋଇଛନ୍ତି ଯେ, ବିବାଦର ସମାଧାନ ପାଇଁ ଶାନ୍ତି ପଥ ଏକମାତ୍ର ଉପାୟ ହୋଇପାରିବ।

Share