Categories: ଜାତୀୟ

ପୁଣି ଭାଜପାକୁ ଟାର୍ଗେଟ୍‌ କଲେ ଓଓ୍ବାଇସି

ନୁହ,୨୮।୮: ହରିୟାଣାର ନୁହରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଜଳାଭିଷେକ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ରାଷ୍ଟ୍ରୀୟ ସଭାପତି ଅସଦୁଦ୍ଦିନ ଓୱାଇସି ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି।
ସେ କହିଛନ୍ତି, ହରିୟାଣାର ଭାଜପା ସରକାରଙ୍କ ଆଦେଶ ବିରୋଧରେ ଭିଏଚପି ଶୋଭା ଯାତ୍ରା କରିବାକୁ ଧମକ ଦେଉଛି। ନୁହ ହିଂସା ପୂର୍ବରୁ ସରକାର ଜାଣିଥିଲେ ଯେ ଏହି ଯାତ୍ରା ମୁସଲମାନମାନଙ୍କୁ ଟାର୍ଗେଟ କରାଯିବ। କିନ୍ତୁ ମୁସଲମାନମାନଙ୍କ ବିରୋଧରେ ଏକପାଖିଆ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେ ଆହୁରି ମଧ୍ୟ କହିଛନ୍ତି, ଏଥିରୁ ଜଣାପଡୁଛି ଯେ ଏମାନେ ଭାଜପାର ନୁହଁନ୍ତି, କିନ୍ତୁ ଏହି ସଂଗଠିତ ଅପରାଧୀଙ୍କ ସାମ୍ନାରେ ଭାଜପା ଅସହାୟ ଅଟେ। ଯଦି ନୁହରେ ପୁଣି ହିଂସା ଘଟେ ତେବେ କେବଳ ହରିୟାଣାର ଭାଜପା ସରକାର ଏଥିପାଇଁ ଦାୟୀ ରହିବେ।

Share