ପୁଣି ୧୭ ଜଣଙ୍କ ପଟ୍ଟା ରଦ୍ଦକଲା ପ୍ରଶାସନ

ମାଲକାନଗିର,୨୪ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲମେଳା ତହସିଲ ଜମି ଦୁର୍ନୀତି ମାମଲାର ତଦନ୍ତ ପରେ ପୁଣି ୧୭ ଜଣଙ୍କ ପଟ୍ଟା ଜିଲା ପ୍ରଶାସନ ରଦ୍ଦ କରିଛି। ତା୨୮ା୭୨୦୨୧ରେ ମିସ୍‌କେସ୍‌ ମାଧ୍ୟମରେ ୧୦ ଜଣଙ୍କ ପଟ୍ଟା ପ୍ରଶାସନ ରଦ୍ଦ କରିଥିଲେ। ଏହି ୧୦ଟି ପଟ୍ଟାରେ ୧୨ଟି ପ୍ଲଟ ରହିଥିଲା। ସେହିପରି ଗତ ଅକ୍ଟୋବର ୨୦୨୨ରେ ମଧ୍ୟ ୩୯ ଜଣଙ୍କ ପଟ୍ଟା ରଦ୍ଦ ହୋଇଥିଲଶ। ଏବେ ରଦ୍ଦ ହୋଇଥିବା ପଟ୍ଟାର ହିତାଧିକାରୀମାନେ ହେଲେ ସୁଧୀର ସ୍ବାଇଁ, ରୁଦ୍ର ପାତ୍ର, ରେଣୁବାଲା ସ୍ବାଇଁ, ଶୁଭଶ୍ରୀ ସ୍ବାଇଁ, ମୁରଲି ନାଗ, ନୀଳ ନାଗ, ରେଣୁକା ପତି, ଏମ୍‌ଡି ଆଜମିର୍‌, ସୁଦିପ୍ତ ବେହେରା, ଆରତୀ ପ୍ରଧାନ, ବିନୋଦ ସାହୁ, ବି. ମହେଶ, ବି. ହେବାବତୀ, ବି. ବାରାଲକ୍ଷ୍ମୀ, ବି. କାନ୍ତାମା, ବି.ପୁଷ୍ପା (୧) ଓ ବି. ପୁଷ୍ପା (୨) ବୋଲି ତହସିଲ ପକ୍ଷରୁ କୁହାଯାଇଛି। ଗତ ୧୮ା୧୧ା୨୦୨୦ରେ କାଲିମେଳା ସହରର ୧୮ ଜଣ କରିଥିବା ସରକାରୀ ଜମି ଜବରଦଖଲକୁ ଦୁର୍ନୀତି କରି ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଏନେଇ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭି ଯୋଗ ହୋଇଥିଲା। ତଦନ୍ତ ପରେ ଏହି ଜମି ଦୁର୍ନୀତିିରେ ଲିପ୍ତ ଥିବା କାଲିମେଳା ସର୍କଲର ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଏନକ୍ରୋଚମେଣ୍ଟ ବିଭାଗର କିରାଣି ଦିବ୍ୟସିଂହ ପାଇକରାୟଙ୍କୁ ଗତ ୨୩ା୧ ୨୦୨୧ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପରେ ବ୍ରହ୍ମପୁର ଆର୍‌ଡିସିଙ୍କ ଚିଠି ନଂ. ୫୨୩, ୯ା୩ା୨୧ ଅନୁଯାୟୀ ମାଲକାନଗିରି ଉପଜିଲାପାଳଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଏହାର ଖୋଲତାଡ ଆରମ୍ଭ କରିଥିଲେ। ଏହାର ୨ମାସ ପରେ ୬ା୫ା୨୦୨୧ରେ ତହସିଲଦାର ଆଲୋକ ଅନୁଗୁଳିଆଙ୍କୁ ଡେପୁଟି କଲେକ୍ଟର ଭାବେ କୋରାପୁଟକୁ ବଦଳି କରାଯାଇଥିଲା। ବଦଳିର କିଛିଦିନ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଉକ୍ତ ୫ ଜଣିଆ ଟିମ୍‌ର ଖୋଲତାଡ ପରେ ରଦ୍ଦ ହୋଇଥିବା ଏହି ୧୭ ପଟ୍ଟା କୌଣସି ପଦାଧିକାରୀ କିମ୍ବା କୌଣସି ଲୋକ ପ୍ରତିନିଧିଙ୍କ ଅଜାଣତରେ ବଣ୍ଟନ କରାଯାଇଥିଲା। ଏଥିରେ ବଡ ଠିକାଦାର, କ୍ରସର ମାଲିକ, ଘରୋଇ ବସ୍‌ ମାଲିକ, ପ୍ରତିଷ୍ଠିତ ବ୍ୟବସାୟୀ, ପେଟ୍ରୋଲ ଓ ଡିଜେଲ ପମ୍ପ ମାଲିକ, ରାଜନେତା, ଚାକିରିଆ ପରିବାର ବିଦ୍ୟାର୍ଥୀ, ଗୋଟିଏ ପରିବାରର ଦୁଇରୁ ଅଧିକ ଲୋକ ଥିବା ଜଣାପଡିଛି। ସେମାନଙ୍କୁ ମିଥ୍ୟା ସତ୍ୟପାଠରେ ପଟ୍ଟା ପ୍ରଦାନ କରାଯାଇଥିଲା। କାଲିମେଳା ପଞ୍ଚାୟତର ସାପ୍ତାହିକ ହାଟ ସ୍ଥଳ, ଓଡିଶା ଯବାନ ପାଇଁ ସଂରକ୍ଷିତ ଜମି, ସ୍ବାସ୍ଥ୍ୟ ବିଭାଗ ଦଖଲ ଜମି, ପଞ୍ଚାୟତ ପାଇଁ ସଂରକ୍ଷିତ ଜମି, ବନ ବିଭାଗର ଭୈରବୀ ପାହାଡ ଭଳି ଜମିକୁ ହସ୍ତାନ୍ତର କରା ଯାଇଥିଲା। ଏଥିରୁ କେତେକ ଫ୍ଲଟ ୩୨୬ ନଂ. ଜାତୀୟ ରାଜପଥ କଡରେ ଥିବା ଜଣାପଡଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାର ବହୁ ଚର୍ଚ୍ଚିତ ଏହି ଜମି ଦୁର୍ନୀତିରେ ବର୍ତ୍ତମାନ ସୁଦ୍ଧା ମୋଟ ୬୬ଟି ପଟ୍ଟା ପ୍ରଶାସନ ରଦ୍ଦ କରି ପୁଣି ସରକାରୀ ଖାତାକୁ ଆଣିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri