ଆଉ ନର୍ଥଇଷ୍ଟ-ଲଦ୍ଦାଖରେ ପଶିବାକୁ ଚେଷ୍ଟା କରିବନି ଡ୍ରାଗନ! ଭାରତର ମିତ୍ର ଦେଶ ଆମେରିକା ଦେଲା ବଡ ବୟାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ଆମେରିକୀୟ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ଫେରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସମୟରେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି ଆମେରିକାର ଭାରତ ସହ ବନ୍ଧୁତାକୁ ନେଇ ଏକ ବଡ଼ ଦାବି କରିଛନ୍ତି।
ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟୀ କହିଛନ୍ତି ଯେ ଆମେରିକା ଭାରତକୁ ଏକ ବନ୍ଧୁ ଏବଂ ସାଥୀ ଭାବରେ ଦେଖେ, ନୁହେଁକି ଅନ୍ୟ କୌଣସି ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱି ଭାବେ ଦେଖେ। ସେ କହିଛନ୍ତି ଯେ ଉଭୟ ଦେଶ ସୀମା, ସାର୍ବଭୌମତ୍ୱ ଏବଂ ଆଇନର ଶାସନ ନୀତି ବାଣ୍ଟୁଛନ୍ତି।
ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏରିକ ଗାରସେଟ୍ଟି ଜୋର ଦେଇଛନ୍ତି ଯେ ଯେତେବେଳେ ବି ସୀମା ବିବାଦ ଦେଖାଦେଇଛି, ଆମେରିକା ଭାରତ ପାଖରେ ଛିଡା ହୋଇଛି ଏବଂ ଚାଇନା ସହିତ ଭାରତର କୂଟନୈତିକ ଆଲୋଚନାକୁ ସମର୍ଥନ କରୁଛି। ସେ କହିଛନ୍ତି ଯେ ଯେତେବେଳେ ଚାଇନା କଥା ଆସେ, ଆମେ ସମସ୍ତେ ଚାଇନା ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ।
ଏହି ସମୟରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଚାଇନାର ନାମ ନ ନେଇ କହିଛନ୍ତି ଯେ ଆମେରିକା ଚାହୁଁଛି ଯେ ଦେଶଗୁଡ଼ିକ ବିକଳ୍ପ ପାଇପାରିବେ ଏବଂ ଋଣ ଜାଲରେ ଫସିଯିବେ ନାହିଁ। ଯଦିଓ ଏରିକ ଗାରସେଟ୍ଟି ଚାଇନାର ନାମ ନେଇ ନାହାଁନ୍ତି, ତଥାପି ସେ ଡ୍ରାଗନ ବିଷୟରେ କହୁଥିଲେ। ସୂଚନାଯୋଗ୍ୟ ଯେ ଚାଇନା ଭାରତର ସମସ୍ତ ପଡୋଶୀ ଦେଶ ପାକିସ୍ଥାନ, ଶ୍ରୀଲଙ୍କା, ନେପାଳ, ମାଲଦ୍ୱୀପ ପରି ଋଣ ଜାଲରେ ଫସିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହଠାତ୍‌ ପାକିସ୍ତାନରେ ଅବତରଣ କଲା ୧୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ, ଜାଣନ୍ତୁ ପୁରା ଘଟଣା

ଲାହୋର,୨୪।୯: ମଙ୍ଗଳବାର ସକାଳେ ଏକ ଭୟଭିତ ହେଲାଭଳି ଖବର ସାମ୍ନାକୁ ଆସିଛି। ଘଟଣାହେଲା ବିମାନର ପାଇଲଟ ହଠାତ୍‌ ପାକିସ୍ତାନର ଲାହୋର ବିମାନବନ୍ଦରରେ ୧୭୧ ଯାତ୍ରୀଙ୍କ ସହ...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ନିଫ୍ଟି ବି ଉପରମୁହାଁ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ,...

ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବନ୍ଦ କରିପାରିଲେନି ୟୁନୁସ ସରକାର, ଏବେ ଭାରତକୁ ଦେଉଛନ୍ତି ଗାଳି

ଢାକା,୨୪।୯: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଆକ୍ରମଣ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ରୋକିବାରେ ଅସଫଳ ହୋଇଛି। କିନ୍ତୁ...

ତିରୁପତି ମନ୍ଦିରକୁ ଘିଅ ସପ୍ଲାଇ କରୁଥିବା କମ୍ପାନୀର ସମସ୍ତ ଅଧିକାରୀ ମୁସଲିମ! ବଡ ଦାବି, ଜାଣନ୍ତୁ ସତ କ’ଣ

ତିରୁପତି,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଉଥିବା ବାକୁ ନେଇ ଆଲୋଚନା ସମାଲୋଚନା ବୃଦ୍ଧି ପାଇବାରେ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri