ପୁଣି କାନାଡା ପ୍ରଧାନମନ୍ତ୍ରୀଙ୍କ ନୂଆ ଡ୍ରାମା! ଭାରତ ବିରୋଧରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିକଟରେ କଲେ ଗୁହାରି

ଓଟାୱା,୧୫/୧୦:କାନାଡା ଓ ଭାରତ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ଭାରତ ସରକାରଙ୍କ ସହ ଜଡିତ ଏଜେଣ୍ଟଙ୍କ ଦ୍ୱାରା କାନାଡା ନାଗରିକଙ୍କ ବିରୋଧରେ ହୋଇଥିବା ଟାର୍ଗେଟ ଅପରେସନ ବିଷୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ସହ କଥା ହୋଇଛନ୍ତି।

ଦୁଇ ନେତା ସେମାନଙ୍କ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ଏବଂ ଆଇନର ଶାସନକୁ ବଜାୟ ରଖିବା ଏବଂ ସମ୍ମାନ ଦେବାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରତିବାଦରେ ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଛି।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାରର କାର୍ଯ୍ୟ କୂଟନୀତିଜ୍ଞମାନଙ୍କ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ଉଗ୍ରବାଦ ଏବଂ ହିଂସାତ୍ମକ ପରିବେଶରେ କୂଟନୀତିଜ୍ଞମାନେ ସେଠାରେ ରହିବା ସମ୍ଭବ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। କୂଟନୀତିଜ୍ଞମାନଙ୍କ ସୁରକ୍ଷା ପ୍ରତି କାନାଡାର ବର୍ତ୍ତମାନ ସରକାରଙ୍କ ପ୍ରତିଶ୍ରୁତି ଉପରେ ଭରସା ନାହିଁ। ତେଣୁ ଭାରତ ସରକାର ଏହାର ଉଚ୍ଚାୟୁକ୍ତ ଓ ଟାର୍ଗେଟରେ ଥିବା ଅନ୍ୟ ଅଫିସରମାନଙ୍କୁ ପ୍ରତ୍ୟାହାର କରିଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ ମନ୍ତ୍ରଣାଳୟ ଦିଲ୍ଲୀରେ ଥିବା କାନାଡା କୂଟନୀତିଜ୍ଞ ଷ୍ଟିଓ୍ବାର୍ଟ ହ୍ବିଲରଙ୍କୁ ସମନ ଜାରି କରିଥିଲେ। ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ କାନାଡା ସରକାର ଟାର୍ଗେଟ କରିବା ନିରାଧାର ଏବଂ ଆଦୌ ଗ୍ରହଣୀୟ ନୁହେଁ ବୋଲି ହ୍ବିଲରଙ୍କୁ ଜଣାଇ ଦିଆଯାଇଛି। ଟ୍ରୁଡୋ ସରକାର ଭାରତରେ ଉଗ୍ରବାଦ, ହିଂସା ଏବଂ ବିଚ୍ଛିନ୍ନତାବାଦକୁ ସିମର୍ଥନ କରୁଥିବାରୁ ଏହା ବିରୋଧରେ ପଦକ୍ଷେପ ନେବାର ଅଧିକାର ଭାରତର ରହିଛି ବୋଲି ନୂଆଦିଲ୍ଲୀ ଅବଗତ କରାଇଛି। ଭାରତର ବାରମ୍ବାର ଅନୁରୋଧ ସତ୍ତ୍ୱେ ନିଜ୍ଜାର ହତ୍ୟା ସହ ଭାରତର ସମ୍ପୃକ୍ତି ନେଇ କାନାଡା ସରକାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ଶେୟାର କରିନାହାନ୍ତି। ଟ୍ରୁଡୋ ସରକାର କାନାଡାରୁ ମାଟିରେ ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କୁ କାବି କରିବା ପରିବର୍ତ୍ତେ ଭୋଟବ୍ୟାଙ୍କ ରାଜନୀତି କରୁଥିବା ନୂଆଦିଲ୍ଲୀ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ।...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ କାହିଁକି ରୁଷିଆକୁ ମିଳୁଛି ବାହାର ସମର୍ଥନ

ମସ୍କୋ,୧୫।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଥିବାବେଳେ ରୁଷିଆ କିଛି ଦେଶରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା...

ତାଇଓ୍ବାନକୁ ଚାଇନାର ଅଲ୍ଟିମେଟମ, ଯୁଦ୍ଧାଭ୍ୟାସରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ

ବେଜିଂ,୧୫।୧୦: ଚାଇନା ଏବଂ ତାଇୱାନ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ରହିଆସିଛି, ଯେତେବେଳେ ତାଇୱାନରେ ଚାଇନା ଅଦୃଶ୍ୟ ସାମରିକ ଅଭ୍ୟାସ କରିଥିଲା ସେତେବେଳେ ଏହି ତିକ୍ତତା...

ମା’ଙ୍କୁ ଖଣ୍ଡ ଖଣ୍ଡ କରି ହାଣିଲେ ଝିଅ, ଓଭାନରେ ରାନ୍ଧିଲେ…ଆଉ ତା’ପରେ

ଓ୍ବାଶିଂଟନ୍‌,୧୫।୧୦:ଜଣେ ଯୁବତୀ ନିଜ ମା’ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ,...

ଭଲ ହେବ ଯଦି କେହି ମହିଳା ରାଷ୍ଟ୍ରପତି ହୁଅନ୍ତି.., କମଳା ହାରିସଙ୍କୁ ଖୋଲାଖୋଲି ସମର୍ଥନ ଦେଲେ ରେହମାନ

ଓ୍ବାଶିଂଟନ,୧୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କ ସମର୍ଥନରେ ଭେଟେରାନ ସଙ୍ଗୀତକାର ଏ ଆର୍‌ ରହମାନ ବାହାରିଛନ୍ତି। ସେ...

ବାଂଲାଦେଶର ପୋଲ ଖୋଲିଦେଲା ଭାରତ! ରାଗିଗଲେ ୟୁନୁସ ସରକାର, କହିଲେ…

ଢାକା,୧୫।୧୦: ଭାରତର ଅଭିଯୋଗ ଉପରେ ବାଂଲାଦେଶର ଅନ୍ତରୀଣ ସରକାର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଅନ୍ତରୀଣ ସରକାରଙ୍କ ତରଫରୁ କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରଗୁଡିକର...

ବିଷ୍ଣୋଇ ଗ୍ୟାଙ୍ଗ ଆମକୁ ନାକେଦମ କରିଦେଲା…, ଟ୍ରୁଡୋ ନେଲେ ଗ୍ୟାଙ୍ଗଷ୍ଟରର ସାହାରା!

ଓଟାଓ୍ବା/ନୂଆଦିଲ୍ଲୀ,୧୫।୧୦: କାନାଡା ଭାରତ ସହ ସମ୍ପର୍କକୁ ନଷ୍ଟ କରିଦେଇଛି। ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଖାଲିସ୍ତାନି ପ୍ରେମ ଏତେ ବଢି ଯାଇଛି ଯେ ସେ କୂଟନୈତିକ ସମ୍ପର୍କକୁ...

ଷ୍ଟାର୍‌ସିପ୍‌ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍‌ପ୍ୟାଡ୍‌

ଓ୍ବାଶିଂଟନ, ୧୫।୧୦: ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍‌ସିପ୍‌ ରକେଟର ଉତ୍‌କ୍ଷେପଣ ଓ ଅବତରଣ କରାଯାଇଛି, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri