ପୁଣି ଘୁଞ୍ଚିଲା ଯୁକ୍ତ୩ ନାମଲେଖା ଅବଧି

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ପ୍ରଥମ ବର୍ଷ ଶ୍ରେଣୀ ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ରମାନେ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। କରୋନା ପରିସ୍ଥିତି ପାଇଁ ନାମଲେଖା ଅବଧି ତାରିଖ ଘୁଞ୍ଚା ଯାଇଥିବା ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ନାମଲେଖା ଅବଧି ଅକ୍ଟୋବର ୨ ରହିଥିବାବେଳେ ପରବର୍ତ୍ତୀ ସମୟରେ ତାହାକୁ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପରେ ଶୁକ୍ରବାର ପୁଣିଥରେ ନାମଲେଖା ଅବଧି ଘୁଞ୍ଚାଇବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

Share