ପୁଣି ଯୁଦ୍ଧ ସ୍ଥିତି: ତାଇଓ୍ବାନର ଆକାଶ ସୀମା ଉଲ୍ଲଂଘନ କଲେ ୧୩ ବାୟୁସେନା ବିମାନ…

ତାଇପେଇ,୨୩।୧୦: ଚାଇନା ପୁଣି ଥରେ ତାଇୱାନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି। ଫଳରେ ପୁଣି ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି। ଚାଇନାର ୧୩ ବାୟୁସେନା ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା ଜୋନରେ ଉଡ଼ିଛନ୍ତି। ଏହି ୧୩ ବିମାନ ମଧ୍ୟରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ମଧ୍ୟ ଅନ୍ତର୍ଭୁକ୍ତ ।

ତାଇୱାନ ଏହା ମଧ୍ୟ ଦାବି କରିଛି ଏସବୁ ଯୁଦ୍ଧ ବିମାନ ପାଟ୍ରୋଲିଂ ପାଇଁ ପଠା ଯାଇଛି। ଚାଇନା ଏହି କ୍ଷେତ୍ରକୁ ନିଜର ବୋଲି ଦାବି କରୁଛି। ତାଇୱାନ କହିଛି ଚାଇନା ଗତ ଚାରି ବର୍ଷ ଧରି ଏହି କ୍ଷେତ୍ରରେ ସାମରିକ ଅଭ୍ୟାସ କରୁଛି।

ଏପରିକି ଚଳିତ ବର୍ଷ ଏପ୍ରିଲ ମାସରେ ତାଇୱାନ ଦାବି କରିଥିଲା ଚାଇନା ଅନେକ ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧପୋତ ତାଇୱାନ ଅଞ୍ଚଳକୁ ପଠାଇଥିଲା। ଏଥି ସହିତ, ଅଗଷ୍ଟ ମାସରେ ମଧ୍ୟ ୨୦ ଟି ଚାଇନା ଯୁଦ୍ଧ ବିମାନ ତାଇୱାନର ସାମରିକ ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରି ବିମାନ ଚଳାଚଳ କରିଥିଲା। ଏହି ବିମାନଗୁଡ଼ିକ ତାଇୱାନର ସୀମା ମଧ୍ୟ ଅତିକ୍ରମ କରିଥିଲେ ।

Share