Categories: ଜାତୀୟ

ପୁଣି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: କିଛି ସମୟ ଅଟକିଗଲା ଶହ ଶହ ଲୋକଙ୍କ ନିଃଶ୍ୱାସ

ନୂଆଦିଲ୍ଳୀ,୧୨।୧୦: ତାମିଲନାଡୁରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ମହୀଶୂରରୁ ବିହାରର ଦରଭଙ୍ଗା ଅଭିମୁଖେ ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଟ୍ରେନ (୧୨୫୭୮) କଭାରପେଟ୍ଟାଇ ରେଳ ଷ୍ଟେଶନ ନିକଟରେ ଏକ ମାଲଗାଡି ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣ ଆହତ ହୋଇଛନ୍ତି। ରେଲୱେ ବୋର୍ଡର ସୂଚନା ଏବଂ ପ୍ରଚାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ପରେ ଟ୍ରେନ୍‌ରେ ଥିବା ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ସେମାନଙ୍କ ନିଃଶ୍ୱାସ କିଛି ସମୟ ଅଟକିଯାଇଥିଲା।

ଦିଲୀପ କୁମାର କହିଛନ୍ତି, ଆମେ ଟ୍ରେନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲୁ। ଏହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।

Share