ପୁଣି ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଲୋକେ ଭୟଭୀତ

ବାଲେଶ୍ୱର/ଭଦ୍ରକ,୭।୬: ବାଲେଶ୍ୱର ଓ ଭଦ୍ରକ ଜିଲାରେ ପୁଣି ଶୁକ୍ରବାର ସକାଳୁ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଭିଛି। ପ୍ରଚଣ୍ଡ ଶବ୍ଦ ପରେ ଥରି ଉଠିଛି ଆଖପାଖ ଅଞ୍ଚଳ। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହାପୂର୍ବରୁ ଗୁରୁବାର ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା। ଭଦ୍ରକକୁ ଏହି ଶବ୍ଦ କମ୍‌ ଶୁଭିଥିବା ବେଳେ ଜିଲାର ବାସୁଦେବପୁର ଅଞ୍ଚଳରେ ଖୁବ୍‌ ଜୋରରେ ଶୁଣାଯାଇଥିଲା। ଏହି ଶବ୍ଦ କିଛି ସମୟ ପର୍ଯ୍ୟନ୍ତ ଶୁଭିଥିବା ବେଳେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା। ପୂର୍ବରୁ ମଧ୍ୟ ୨/୩ ଥର ଏପରି ଶବ୍ଦ ଆକାଶ ମାର୍ଗରୁ ଶୁଭିଛି। ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କ୍ଷେପଣାସ୍ତ୍ର କିମ୍ବା ଆକାଶମାର୍ଗରେ କୌଣସି ରକେଟ୍‌ର ବିସ୍ଫୋରଣ ଶବ୍ଦ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ବଜ୍ରପାତ ଯୋଗୁ ଏଭଳି ଶବ୍ଦ ହୋଇଥିବା ନେଇ ବାଲେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା।