ବିଶାଖାପାଟଣା,୨୫।୨: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ନେତା ପୱନ କଲ୍ୟାଣ ଆଗାମୀ ଆନ୍ଧ୍ରପ୍ରଦେଶ ବିଧାନସଭାନ ନିର୍ବାଚନ ପାଇଁ ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି।
ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ମଧ୍ୟରୁ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ୧୫୧ ଆସନରେ ଲଢ଼ିବ ଏବଂ ଜନସେନା ବାକି ୨୪ଟି ଆସନରେ ଲଢ଼ିବ। ତେବେ ଯଦି ଭାଜପା ମେଣ୍ଟରେ ସାମିଲ ହେବାକୁ ନିଷ୍ପତ୍ତି ନିଏ ତେବେ ଏହାକୁ କିଛି ଆସନ ଦିଆଯିବ ବୋଲି ଦୁଇ ନେତା କହିଛନ୍ତି। ଟିଡିପି-ଜନସେନା ମେଣ୍ଟ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ବାସଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ନାଇଡୁ କହିଛନ୍ତି ଯେ ଏହା ଏକ ମହାନ ପ୍ରୟାସ ଦିଗରେ ପ୍ରଥମ ପଦକ୍ଷେପ। ବର୍ତ୍ତମାନ ସମ୍ଭାବ୍ୟ ର୍ନିବାଚନ ପୂର୍ବ ମେଣ୍ଟ ପାଇଁ ଭାଜପା ସହ ମଧ୍ୟ ଆଲୋଚନା ଚାଲିଛି।