ଭୁବନେଶ୍ୱର, ୯।୧୧(ବ୍ୟୁରୋ): ରାଜଧାନୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗନମୋହନ ରେଡ୍ଡୀ। ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେ ରାଜ୍ୟ ଅତିଥି ଭବନ ଯାଇଛନ୍ତି। କିଛି ସମୟ ବିଶ୍ରାମ ନେବା ପରେ ସେ ଲୋକ ସେବା ଭବନ ଯିବେ। ସେଠାରେ ସେ ଓଡ଼ିଶା ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହାଛଡ଼ା ତାଙ୍କ ସହ ଆସିଥିବା ଅଧିକାରୀମାନେ ମଧ୍ୟ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ଜଗନମୋହନ ଆନ୍ଧ୍ର ଫେରିଯିବେ ବୋଲି ଜଣାପଡ଼ିଛି।