ଅମରାବତୀ,୩୦।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଯାଉଥିବା ଏକ ସ୍ବତନ୍ତ୍ର ବିମାନ
ସୋମବାର ଗାନ୍ନାଭରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉଡାଣର କିଛି ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିବା ପରେ ଏହି ଅବତରଣ କରାଯାଇଛି। ତେବେ ବିମାନଟି ନିରାପଦରେ ଅବତରଣ କରିଥିବା ସୂଚନା ମିଳିଛି। ସୋମବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା।