କୋଟିଆରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର, ଶୋଇଛି ଓଡ଼ିଶା ପ୍ରଶାସନ

ପଟ୍ଟାଙ୍ଗି,୨।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ରରେ ସରକାର ବଦଳିବା ପରେ ମଧ୍ୟ ଓଡ଼ିଶାର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରିବା ଜାରି ରହିଛି। ଏହିପରି କାର୍ଯ୍ୟ ପୁଣିଥରେ ଦେଖିବାକୁ ମିଳିଛି କୋରାପୁଟର ଚର୍ଚ୍ଚିତ କୋଟିଆ ପଞ୍ଚାୟତର ସୀମାନ୍ତ ଫଗୁଣସିନେରି ଗ୍ରାମରେ। ସାରା ଦେଶରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବା ବେଳେ ଫଗୁଣସିନେରି ଗ୍ରାମରେ ସରକାରୀ ଯୋଜନାକୁ ନେଇ ଗ୍ରାମସଭା ଆୟୋଜିତ କରିଛନ୍ତି ଆନ୍ଧ୍ର ଅଧିକାରୀ। ଆନ୍ଧ୍ରର ପାର୍ବତୀପୁରମ୍ ମାନ୍ୟାମ୍ ଜିଲାର ସାଲୁର ପ୍ରଶାସନ ଅଧିନରେ ରହିଥିବା ଓଡ଼ିଶାର ଉକ୍ତ ଗ୍ରାମକୁ ପଞ୍ଚାୟତର ମାନ୍ୟତା ଦେଇ ବିଭିନ୍ନ ସରକାରୀ କାର୍ଯ୍ୟ କରୁଛି।

ଏହାରି ଭିତରେ ବୁଧବାର ଉକ୍ତ ଗ୍ରାମ ତଥା ନିଜର ପଞ୍ଚାୟତରେ ସାଲୁର ବ୍ଲକର କର୍ମଚାରୀ ଏବଂ ଉକ୍ତ ପଞ୍ଚାୟତର ପିଇଓ ପ୍ରମୁଖ ପହଞ୍ଚି ସରପଞ୍ଚ କୁନେଟି କୁସୁ ଆମ୍ମାଙ୍କ ଉପସ୍ଥିତରେ ଗ୍ରାମବାସୀଙ୍କୁ ନେଇ ଗାନ୍ଧୀ ଜୟନ୍ତୀ ପାଳନ କରିବା ସହ ମନେରଗା କାର୍ଯ୍ୟକ୍ରମକୁ ନେଇ ଗ୍ରାମସଭା କରି ଫେରିଛି। ଉକ୍ତ ଗ୍ରାମସଭା କାର୍ଯ୍ୟରେ ଉପସ୍ଥିତ ରହିଥିବା ଗ୍ରାମବାସ ଙ୍କ ଠାରୁ ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଯାହାକି ଗ୍ରାମବାସୀଙ୍କ ଠାରୁ ଆସିଥିବା ପ୍ରସ୍ତାବ ଗୁଡିକ ଯେପରି କାର୍ଯ୍ୟକାରୀ ହୋଇ ପାରିବ ସେନେଇ ସାଲୁର ବ୍ଲକ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରି ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲା ପ୍ରଶାସନର ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉକ୍ତ ଗ୍ରାମସଭାରେ ଆଲୋଚନା କରାଯାଇଛି।

ସେପଟେ ଆନ୍ଧ୍ର ରାଜ୍ୟର ଏହିପରି ଅନୁପ୍ରବେଶ ଓ ଗ୍ରାମସଭା କରି ଫେରିଥିବା ସମ୍ପର୍କରେ କୋରାପୁଟ ଜିଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ। ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri