Categories: ଜାତୀୟ

ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଲେ କାଉନସିଲର

ହାଇଦ୍ରାବାଦ୍‌,୧।୮: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଜାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ନରସିପାଟନମ ପୌରପାଳିକା (ୱାର୍ଡ ୨୦)ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଚପଲରେ ନିଜକୁ ମାଡ ମାରିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ନିଜକୁ ଚାପୁଡ଼ା ମାରିବାର କାରଣ ବର୍ଣ୍ଣନା କରି ରାମରାଜୁ କହିଛନ୍ତି, କାଉନସିଲର ଭାବରେ ମନୋନୀତ ହେବାର ୩୧ ମାସ ବିତିଗଲାଣି, କିନ୍ତୁ ମୋର ୱାର୍ଡରେ ଡ୍ରେନେଜ, ବିଦ୍ୟୁତ, ପରିମଳ, ସଡ଼କ ଏବଂ ଅନ୍ୟାନ୍ୟ ସମସ୍ୟା ଭଳି ନାଗରିକ ସମସ୍ୟାର ସମାଧାନ କରିବାରେ ମୁଁ ଅସମର୍ଥ।
ଅଟୋ ରିକ୍ସା ଚଳାଇ ପରିବାର ପୋଷୁଥିବା ୪୦ ବର୍ଷୀୟ ରାମରାଜୁ କହିଛନ୍ତି ଯେ, ସେ ସମସ୍ତ ବିକଳ୍ପ ଚେଷ୍ଟା କରିଛନ୍ତି କିନ୍ତୁ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରୁ ନାହାଁନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୱାର୍ଡ ୨୦କୁ ସ୍ଥାନୀୟ ମ୍ୟୁନିସିପାଲିଟି ନିଗମର ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବରେ ଅବହେଳା କରିଛନ୍ତି।

Share