କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ ଜମିରେ ଆନ୍ଧ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକରି ସୀମାନ୍ତବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହିସବୁ ଗ୍ରାମରେ ସେମାନେ ଉନ୍ନୟନ କାମ କରିବାକୁ କିଭଳି, କାହାଠାରୁ ଅନୁମତି ପାଉଛନ୍ତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ୨ ରାଜ୍ୟକୁ ସ୍ଥିତାବସ୍ଥା ଜାରିକରିବା ସହ ପାର୍ଲାମେଣ୍ଟାରି କମିଟି ଦ୍ୱାରା ସୀମା ବିବାଦ ସମାଧାନ କରିବା ନେଇ ନିର୍ଦ୍ଦେଶ ଦେଇଥିବାବେଳେ ତାହା କାର୍ଯ୍ୟକାରୀ ହେଉ ନାହିଁ। ଏହାର ସୁଯୋଗ ନେଇ ପଡ଼ୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମରେ ନିୟମିତ ଅନୁପ୍ରବେଶ କରୁଥିବା ଅଭିଯୋଗ ହୋଇଛି।
କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକରେ ଅନେକ ସରକାରୀ ଜମି ରହିଛି। ସେଠାରେ ପଡ଼ୋଶୀ ଆନ୍ଧ୍ରର ସରକାରୀ କର୍ମଚାରୀ, ଅଧିକାରୀ ନିୟମିତ ଅନୁପ୍ରବେଶକରି ଉକ୍ତ ଜମିଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ରାଜସ୍ବ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ କୋଟିଆ ପଞ୍ଚାୟତ ତାଡ଼ିବାଲସା, ଧୂଳିପଦର ଓ ଅନ୍ୟ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଇଛି। ତାଡ଼ିବାଲସାରେ ଆନ୍ଧ୍ର ସରକାରୀ ଜମି ଚିହ୍ନଟ କରି ସେଠାରେ ସ୍ଥାୟୀ ବିଦ୍ୟାଳୟ ସ୍ଥାପନ ସହ ପିଲାଙ୍କୁ ଶିକ୍ଷାଦାନ କରୁଛି। ଏପରିକି ଆନ୍ଧ୍ର ସରକାର ଧୂଳିପଦର ଗ୍ରାମରେ ୨୦ ହଜାର ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ସାରିଛି। ଓଡ଼ିଶାର ରାଜସ୍ବ ବିଭାଗର ଏଭଳି ନୀରବତା ପାଇଁ ଜିଲା ଏବଂ ବ୍ଲକ୍‌ ପ୍ରଶାସନର ଚିନ୍ତା ବଢ଼ିଛି।
ପଟ୍ଟାଙ୍ଗି ତହସିଲରେ ୫ଟି ଆର୍‌ଆଇ ସର୍କଲ ରହିଛି। ୩ଟି ସର୍କଲରେ ସ୍ଥାୟୀ ରାଜସ୍ବ ନିରୀକ୍ଷକ ଅଛନ୍ତି। କୋଟିଆ ପଞ୍ଚାୟତ ବା ସର୍କଲ ପାଇଁ କେହି ସ୍ଥାୟୀ ରାଜସ୍ବ ନିରୀକ୍ଷକ ନ ଥିବାବେଳେ ଜଣେ ମାତ୍ର ଏଆର୍‌ଆଇ କାର୍ଯ୍ୟରତ ଅଛନ୍ତି। ପଟ୍ଟାଙ୍ଗି ସର୍କଲ ରାଜସ୍ବ ନିରୀକ୍ଷକ କୋଟିଆ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଜଣାପଡ଼ିଛି। ସେହିପରି କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ତଦାରଖ କରିବା ପାଇଁ ଜଣେ ସ୍ଥାୟୀ ରାଜସ୍ବ ନିରୀକ୍ଷକ, ରାଜସ୍ବ ବିଭାଗରୁ ଜଣେ ପ୍ରଶାସନିକ ସ୍ତରର ଅଧିକାରୀଙ୍କୁ ଉକ୍ତ ପଞ୍ଚାୟତ ପାଇଁ ସ୍ବତନ୍ତ୍ର ଦାୟିତ୍ୱ ଦେବା ଆବଶ୍ୟକ। ନ ହେଲେ ଏହିପରି ବିବାଦ ଲାଗି ରହିବ। ଏପରିକି ସମାଧାନର ବାଟ ବାହାରିବା ପରିବର୍ତ୍ତେ ପଡ଼ୋଶୀ ଆନ୍ଧ୍ର ତା’ର ଲକ୍ଷ୍ୟ ଜାରି ରଖିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ କହିଛନ୍ତି। ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କୁ ପଚାରିବାରୁ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମରେ ରହିଥିବା ସରକାରୀ ଜମିର କୌଣସି ଖାତା ବା ପ୍ଲଟ୍‌ ନମ୍ବର ନାହିଁ। ତେଣୁ ସରକାରୀ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେଉନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଯେପରି ନିର୍ଦ୍ଦେଶ ଆସୁଛି ସେହିପରି ପଦକ୍ଷେପ ଗ୍ରହଣ କରିବାକୁ ପଡୁଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Modi Cabinet Reshuffle : ଖୁବଶୀଘ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ମୁସଲିମ ଚେହେରାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ, ଭାରତରେ ୱକଫ ସଂଶୋଧନ ଆଇନ 2025 ଏବଂ ମୁସଲିମ ସମ୍ପ୍ରଦାୟ ସହିତ ଜଡିତ ବିଭିନ୍ନ ଆଲୋଚନାକୁ ନେଇ ରାଜନୀତି ସରଗରମ ରହିଛି। ଏହି...

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର...

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image